ବିଦ୍ୟୁତ ଫାସରେ ମୃତ୍ୟୁ ଯୁବକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ତହସିଲ ଓ ଥାନା ଅନ୍ତର୍ଗତ କରଚୁଲି ଗ୍ରାମ ପଞ୍ଚାୟତର କହ୍ନେଇପୁର ଗ୍ରାମର ଶ୍ରୀକାନ୍ତ ଗୌଡ଼ ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାସରେ ଲାଗି ଗତ ନଭେମ୍ବର ୨୬ ତାରିଖ ରାତ୍ରରେ ମୃତ୍ୟ ବରଣ କରିଥିଲେ। ସୋମବାର ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତହସିଲଦାର ସଂଗ୍ରାମ କେଶରୀ ଜେନା ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହି ସମୟରେ କରଚୁଲି ପଞ୍ଚାୟତ ସରପଞ୍ଚ ଧୋବା ପ୍ରଧାନ, ଖୋଳଖାଳି ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ସୁବ୍ରତ ରାଖେଲ ଦାସ ଓ ଲଡୁକିଶୋର ସେନାପତି ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ