ବ୍ରହ୍ମପୁୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ଛତ୍ରପୁର ଓକିଲ ସଂଘର ସତ୍ୟାଗ୍ରହ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମଙ୍ଗଳବାର ଛତ୍ରପୁର ସିଭିଲ କୋର୍ଟ ପରିସରରେ ଛତ୍ରପୁର ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତି ମାସର ଶେଷ କାର୍ଯ୍ୟ ଦିବସକୁ ଛତ୍ରପୁର ଓକିଲ ସଂଘର ସଦସ୍ୟମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସତ୍ୟାଗ୍ରହ କରୁଛନ୍ତି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ୍‌.ଗୋପାଳ ରାଓଙ୍କ ସମେତ ବହୁ ଆଇନଜୀବୀ ବିଭିନ୍ନ ନାରାବାଜି ଦେଇ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ମିଶ୍ର, ସୁରଜିତ ସାମନ୍ତରାୟ, ଡି. ଆଦି ନାରାୟଣ ରେଡ୍ଡି, ମନୋଜ କୁମାର ବେହେରା, ବ୍ରଜ ମୋହନ ଆଚାର୍ଯ୍ୟ, ପି. ଧର୍ମା ରେଡ୍ଡି, ସୁରେଶ କୁମାର ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ସୁରେନ୍ଦ୍ର ପଣ୍ଡା, ମୋହନ ରେଡ୍ଡି, ଅଶୋକ କୁମାର ପଣ୍ଡା, ସୂର୍ଯ୍ୟନାରାୟଣ ରେଡ୍ଡୀ, ଜିତେନ କୁମାର ପାଢି, କୃଷ୍ଣଚନ୍ଦ୍ରସାହୁ (ଏ), ସୁବାସ ବେହେରା, ଭୈରବୀ କୁମାର ପଟ୍ଟନାୟକଓ ମମତା ସେଠୀଙ୍କ ସମେତ ବହୁ ଆଇନଜିବୀ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ