ଡ଼ିଏଭି ବିଦ୍ୟାଳୟରେ ଭଜନ ସନ୍ଧ୍ୟା ଅନୁଷ୍ଠିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଡ଼ି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ଏକ ମନୋମୁଗ୍ଧକର ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଧାରାଶ୍ରୀ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଡି ଏ ଭି ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଦୀପ ଗମ୍ଭୀର, ଡି ଏ ଭି, ଛତ୍ରପୁର ବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ସାହୁ ଏବଂ ପୂର୍ବତନ ପର୍ଯ୍ୟବେକ୍ଷିକା ଏସ. ସ୍ୱର୍ଣା ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଜେଜେବାପା/ଜେଜେ ମାଆ ଭଜନ ପରିବେଷଣ କରିଥିଲେ। ମଧୁର ସଙ୍ଗୀତ ଓ ଭକ୍ତିମୟ ସୁରରେ ସମଗ୍ର ବିଦ୍ୟାଳୟ ପରିସର ଆଧ୍ୟାତ୍ମିକ ଭାବନାରେ ପରିପୂର୍ଣ୍ଣ ହୋଇ ଉଠିଥିଲା। ଏହି ଭଜନ ସନ୍ଧ୍ୟା ଅବସରରେ ନର୍ସରୀଠାରୁ ୟୁ.କେ.ଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ‘ଭକ୍ତିରେ ଶାନ୍ତି ଓ ସଙ୍ଗୀତରେ ଏକତା’- ଏହି ବାର୍ତ୍ତା ନେଇ ଆୟୋଜିତ ଭଜନ ସନ୍ଧ୍ୟା ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ