ଗଜପତିରେ କୋଭିଡ୍‌-୧୯ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କୋଭିଡ୍ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସମଗ୍ର ଜିଲ୍ଲାରେ ୨୭ଗୋଟି ଘରୋଇ ଚାରିଚକିଆ ଯାନ ନିୟୋଜିତ କରାଯାଇଥିଲା । ଏମାନଙ୍କୁ ଗତ ୭ମାସର ବକେୟା ଭଡା ପ୍ରଦାନ କରାଯାଇ ନଥିବାରୁ ଏହି ଗାଡିର ମାଲିକମାନେ ତୁରନ୍ତ ଭଡା ପ୍ରଦାନ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାରୁ ପ୍ରକାଶ ଗତ ୧୦.୪.୨୦୨୧ରେ ଗଜପତି ଜିଲ୍ଲାରେ କୋଭିଡ୍‌-୧୯ ପରିଚାଳନା ପାଇଁ ୨୭ଗୋଟି ଘରୋଇ ଗାଡିକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିନକୁ ୧ହଜାର ଟଙ୍କା ଭଡା ସୁତ୍ରରେ ନିୟୋଜିତ କରାଯାଇଥିଲା । ଗତ ୧୦.୪.୨୦୨୧ ଠାରୁ ମେ ମାସ ପର୍ଯ୍ୟନ୍ତ ସମସ୍ତ ବକେୟା ଭଡା ପ୍ରଦାନ କରାଯାଇଛି । ହେଲେ ଜୁନ୍ ୨୦୨୧ ଠାରୁ ୭ମାସର ବକେୟା ଭଡା ଆଜି ପର୍ଯ୍ୟନ୍ତ ପ୍ରଦାନ କାରାଯାଇ ନ ଥିବା ଯୋଗୁଁ ଗାଡି ମାଲିକମାନେ ବିଭିନ୍ନ ଭାବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ଏହି ୨୭ଗୋଟି ଗାଡିର ମାଲିକମାନେ ଗଜପତି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ତୁରନ୍ତ ଏମାନଙ୍କ ବକେୟା ଭଡା ପ୍ରଦାନ ପାଇଁ ଉପ-ଜିଲ୍ଲାପାଳ ଦିଲିପ କୁମାର ମହାରଣାଙ୍କ ଜରିୟାରେ ଗଜପତି ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଉପ-ଜିଲ୍ଲାପାଳ ଶ୍ରୀ ମହାରଣା ଆଗାମି ୭ଦିନ ମଧ୍ୟରେ ସେମାନଙ୍କ ବକେୟା ଭଡା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଗାଡି ମାଲିକମାନେ ଜମାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ