ପୋଲିସ ଥାନା ପରିସରରୁ ଚନ୍ଦନ ଗଛ ଚୋରି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ବ୍ୟବସ୍ଥା ରହିଛି । ହେଲେ ପୋଲିସ ଥାନା ପରିସରରୁ ଚୋରି ହେବା ନେଇ ସାଧାରଣଙ୍କ ଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣରେ ପ୍ରଶ୍ନ ଉଠିଛି ପୋଲିସ ନିଜେ ସୁରକ୍ଷିତ ନ ଥିବା ବେଳେ ସାଧାରଣଙ୍କୁ କିଭଳି ଭାବେ ସୁରକ୍ଷା ଦେଇପାରିବ? ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ରାୟଗଡ ଥାନା ପରିସରରେ ଥିବା ବହୁ ପୁରାତନ ଚନ୍ଦନ ଗଛକୁ ମୂଳରୁ କୌଣସି ଦୁବୃତ୍ତ ଗତ ମଙ୍ଗଳବାର ରାତ୍ରରେ କାଟି ନେଇଯାଇଛନ୍ତି । ଏହି ଘଟଣାଟି ବୁଧବାରଦିନ ଜଣାପଡିବା ପାରେ ବିଷୟଟିକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ରାୟଗଡ ଥାନା ପରିସର ପୁରା ଲୁହା ତାରବାଡ ବେଢା ମଧ୍ୟରେ ରହିଥିବା ବେଳେ କିଭଳି ଏହି ଚନ୍ଦନ ଗଛ ଚୋରି ହେଲା? । ଚନ୍ଦନ ଗଛର ମୁଳ ଠାରୁ କିଭଳି କାଟି ଚୋରି କରାଗଲା । ଗଛ କାଟିବା କିମ୍ବା ଗଛଟି ତଳେ ପଡିବା ବେଳେ ରାୟଗଡ ପୋଲିସ କିପରି ଜାଣି ପାରିଲେ ନାହିଁ । ପୋଲିସର ଏଭଳି ନିଷ୍କ୍ରିୟତାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣା ନେଇ ରାୟଗଡ ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସହ ସ୍ଥାନିୟ ବନ ବିଭାଗକୁ ମଧ୍ୟ ଏ ନେଇ ପୋଲିସ ପକ୍ଷରୁ ଜଣାଯାଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ