ପ୍ରଥମ ବିବାହ ବାର୍ଷିକୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତିରେ ଅଛନ୍ତି ନିକ୍
ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍ ସିଙ୍ଗର ନିକ୍ ଜୋନସ୍ ଏବର୍ଷ ପାଳନ କରିବେ ତାଙ୍କର ପ୍ରଥମ ବିବାହ ବାର୍ଷିକୀ । ଏଥିପାଇଁ ଏହି କପଲ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ପ୍ରିୟଙ୍କାଙ୍କ ଅପେକ୍ଷା ନିକ୍ ଅଧିକ ଏକସାଇଟେଡ୍ ଥିବା ଜଣାପଡିଛି । ଯଦିଓ ସେ ତାଙ୍କ ପ୍ରସ୍ତୁତିକୁ ନେଇ ସେମିତି କିଛି କହି ନାହାଁନ୍ତି ତଥାପି ଡିସେମ୍ବର୨-୩ରେ ସେ ପ୍ରିୟଙ୍କାଙ୍କ ସହ ବେଶୀ ସମୟ କଟାଇବେ ବୋଲି ଭାବିଛନ୍ତି । ଏହି ଯୋଡି ଗତବର୍ଷ ଡିସେମ୍ବର ୨-୩ରେ ଯୋଧପୁରରେ ବିବାହ କରିଥିଲେ । ୨ରେ ଏମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିବା ବେଳେ ୩ରେ ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ କରିଥିଲେ । ଏହାପରେ ଏମାନଙ୍କ ୱେଡିଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।


