ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ନେଇ ଗୁରୁତ୍ୱର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ବାନ ହଲ୍ ରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍ ନିୟମର ଅନୁପାଳନ ସଠିକ୍ ରଖି ଜନଜୀବନକୁ ସୁରକ୍ଷିତ ରଖିବା ନେଇ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ସମସ୍ତ କାର୍ଯ୍ୟାଳୟରେ ମାସ୍କର ସଠିକ ବ୍ୟବହାର ଏବଂ ସାନିଟାଇଜେସନ୍ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି । ଡିସେମ୍ବର ମାସ ନିମନ୍ତେ ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ପ୍ରକାରେ ବିବାହ ନିମନ୍ତେ ୨୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ଉକ୍ତ ସମସ୍ତ ୨୫୦ ଜଣଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ରହିବା ବାଞ୍ଛନୀୟ । ବିବାହ ଉତ୍ସବରେ ସ୍ଥାନୀୟ ବନ୍ଧୁବାନ୍ଧବଙ୍କୁ ଆମନ୍ତ୍ରଣ କରନ୍ତୁ କିନ୍ତୁ ବାହାର ଜିଲ୍ଲାରୁ ବନ୍ଧୁବାନ୍ଧବ ଡାକନ୍ତୁ ନାହିଁ । ବର୍ତ୍ତମାନ ଡିଜେ ଗୁଡିକ ରାତି ୧୦ଘ. ପରେ ମଧ୍ୟ ବଜାଯାଇ ବିବାହ ଶୋଭାଯାତ୍ରା ହେଉଥିବା ନଜର ଆସୁଛି । ଏଣୁ ତହସିଲଦାରଗଣଙ୍କୁ କ୍ଷମତା ଦିଆଯାଇଛି ସେମାନେ ବିବାହ ଉତ୍ସବରେ ପ୍ରଦତ୍ତ ନିୟମ ଅନୁପାଳନ ହେଉଛି ନା ନାହିଁ ତାହା ତଦାରଖ କରିବେ । ସମସ୍ତ ଡିଜେ ମାଲିକ ମାନଙ୍କୁ ନେଇ ବୈଠକ କରିଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ଧାର୍ଯ୍ୟ କରାଯାଇଥିବା ଶବ୍ଦର ପରିମାଣକୁ ସୀମିତ ରଖିବେ ଏବଂ ରାତ୍ର ୧୦ଘ. ପରେ ଡିଜେ ବଜାଇବେ ନାହିଁ । ଉପଜିଲ୍ଲାପାଳଗଣ, ତହସିଲଦାରଗଣ ନିଜ ସ୍ତରରେ ବୈଠକକରି ଜନଗହଳି ପୂର୍ଣ୍ଣକୁ ସୀମିତ କରାଇବାକୁ କୁହାଯାଇଛି । ଜିଲ୍ଲାବାସୀ ସତର୍କ ନ ହେଲେ ପୁଣି ଭୟାବହ ପରିସ୍ଥିତି ଦେଖାଦେବ । ମୋ ଓ୍ବାର୍ଡ ବୈଠକ କରି ସଚେତନତା କାର୍ଯ୍ୟ ବ୍ୟାପକ କରିବେ । ଟୀକାକରଣ ଯେପରି ଶତପ୍ରତିଶତ ପୂରଣ ହେବ ସେଥିସକାଶେ ଧ୍ୟାନ ଦିଆଯିବ । ଚିକିତ୍ସାଳୟ ମାନଙ୍କରେ ଅକ୍ସିଜେନ ରହିତ ବେଡ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବର୍ଷକୁ ଆଗମନ କରିବା ସକାଶେ ଜନ ସାଧାରଣ ବାହାରକୁ ଯାଆନ୍ତୁ ନାହିଁ, ଗହଳିକୁ ବାରଣ କରନ୍ତୁ । ନିଜ ଗୃହରେ ରହି ନବବର୍ଷ ଉତ୍ସବ ପାଳନ କରନ୍ତୁ । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ମିଶ୍ର, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ