ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଦେଲେ ଅଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଵର୍ଷା ଓ ବାତ୍ୟାକୁ ନେଇ   ହରଭଙ୍ଗି ଡ୍ୟାମର ତଳି ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଦେଲେ ଅଧିକାରୀ ଆଗାମୀ ଲଘୁଚାପ ଜନିତ ଅଵପାତକୁ ଦୃଷ୍ଟିରେ ରଖି ମୋହନା ବ୍ଳକ ଅନ୍ତର୍ଗତ ହରଭଙ୍ଗି ଡ୍ୟାମର ତଳି ମୁଣ୍ଡରେ ବସବାସ କରୁଥିବା ଗ୍ରାମଗୁଡିକ ପୋଇପାଣି , ହରଭଙ୍ଗି ନୂଆଁ ସାହି, କରଡାପଙ୍କାଳ, ଜରାଜବସା, ରାଇକଲ, ରାଇପୁର, କନ୍ଧ ବାଲିପଙ୍କା, ସଉରା ବାଲିପଙ୍କା, ପୁରୁଣାପାଣି,  ଗୁରୁଝୋଳି, ବୁଢ଼ାଢିଅ, ବାମ ଦେଇପଦାକୁ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗୁପ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହକାରୀ ଯନ୍ତ୍ରୀ ସନତ କୁମାର ମଲ୍ଲିକ ପ୍ରତ୍ୟେକ ଗ୍ରାମକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଦେଇଛନ୍ତି ।  ପ୍ରବଳ ବର୍ଷା ହେଲେ ଡ଼୍ୟାମରେ ଜଳପତନ ବୃଦ୍ଧି ପାଇବ ଯାହା ଫଳରେ ଗେଟ ଖୋଲାଯାଇ ବନ୍ୟା ଜଳ ଛଡାଯିବ । ଧନ ଜୀବନ କ୍ଷତି ହେବାର ସମ୍ଭାବନା ଥିବାରୁ କୌଣସି ଗ୍ରାମବାସୀ ନଦୀ ମଧ୍ୟକୁ ଯିବେ ନାହିଁ କି ଗୃହପାଳିତ ପ୍ରାଣୀ ମାନଙ୍କୁ ନଦୀ ଭିତରକୁ ଛାଡିବେ ନାହିଁ ବୋଲି ସତର୍କ ସୂଚନା ଦେଇଛନ୍ତି । ଲୋକେ ଆଗାମୀ ଲଘୁଚାପ ଜନିତ ବାତ୍ୟା ଓ ବର୍ଷାକୁ ନେଇ ଭୟଭୀତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ