ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା): ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ଓ ଏକୋସ୍ ଚକ୍ଷୁ ଚିକିସ୍ଥାଳୟ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି ।ସକାଳ ୧୦ ଘଣ୍ଟା ସମୟରେ ସ୍ଥାନୀୟ ବ୍ଲକ କଲୋନୀ ଠାରୁ ବସଷ୍ଟାଣ୍ଡ , ମାଛ ବଜ଼ାର , ଠାକୁରାଣୀ ମନ୍ଦିର ଛକ ଏବଂ ଅନସ୍ଲୋ ହାଇ ସ୍କୁଲ ଦେଇ ମହାସଂଘର ଗୋଟିଏ ରାଲି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା । ଉକ୍ତ ରାଲିକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟ ପ୍ରଧାନ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୧ ଉପଲକ୍ଷେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କ ସଂଯୋଜନା ଓ ବ୍ରହ୍ମପୁରସ୍ଥିତ ଇକୋସ ଚକ୍ଷୁ ଚିକିସ୍ଥାଳୟର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ମିହିର କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋପାଳପୁର ପୋର୍ଟର ନିର୍ଦ୍ଦେଶକ କର୍ଣ୍ଣନେଲ ଦୀପକ ରାମପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ୨୦୨୧ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଯୋଗଦେଇ ଭିନ୍ନକ୍ଷମତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ଭାରତୀୟ ତଟରକ୍ଷା ବାହିନୀ ଗୋପାଳପୁର ୟୁନିଟର ସେନାନାୟକ କରନ କିଶୋର ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ସଂଖ୍ୟା ଓ ବର୍ତ୍ତମାନର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀର ସମ୍ପାଦିକା ତଥା ଗୋପଲପୁରସ୍ଥିତ ଇନର ଭୀଲ କ୍ଲବ ଅଫ ବ୍ରହ୍ମପୁର ବ୍ରାଇଟ୍ସର ସଭାନେତ୍ରୀ ସୀମା ଚୌଧୁରି ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ଦଳମତ ନିର୍ବିଶେଷରେ ସମସ୍ତେ ଭିନ୍ନକ୍ଷମ ଲୋକମାନଙ୍କୁ ସହଯୋଗର ହାତ ବଢାଇବାକୁ ପଡିବ ବୋଲି କହିଥିଲେ। ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ବିଜ୍ଞାନ ମହାବିଦ୍ୟାଳୟର ସହକାରି ଅଧ୍ୟାପକ ଡା. ସରୋଜ କୁମାର ଦାସ ଯୋଗ ଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ। ସଂମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ଗୌଡ଼, ଗୋପାଳପୁର ପୋର୍ଟ ର ଏଭିବି (ଏଚ ଆର) ଚିତ୍ତରଂଜନ ବାହିନୀପତି ଓ ଅମିତ ମିଶ୍ର ଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଭିନ୍ନକ୍ଷମ ଲୋକମାନଙ୍କୁ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ ଛାତ୍ର ଶ୍ରୀ. ସୁଦର୍ଶନ ପାଢ଼ୀ, ଭିନ୍ନକ୍ଷମ ଛାତ୍ରୀ ଡି. ସରସ୍ଵତି ରେଡ୍ଡୀ ଓ ଏସ୍. ରାଜେଶ୍ୱରୀ ଓ ତପସ୍ବିନୀ ମଣ୍ଡଳ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ବିଶିଷ୍ଟ ଭିନ୍ନକ୍ଷମ ସମାଜସେବୀ . ଅଭାଗା କୁମାର ସାହୁ ଓ ଶରତ ଚନ୍ଦ୍ର ମହାରଣାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିନନ୍ଦନୀକା ସହ ଉପଢୌକନ ସହ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନୀତ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଡଃ. ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ