ସ୍ୱାସ୍ଥ୍ୟକେନ୍ଦ୍ରରେ ମୋ ଡାକ୍ତରଖାନା ମୋ ଗର୍ବ ବୈଠକ

ଚିକିଟି,(ଯୁଗାବ୍ଦ ନ୍ୟୁଜ୍‌): ଚିକିଟି ବ୍ଳକ ସୋରଳ ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରରେ ଶନିବାର ମୋ ଡାକ୍ତରଖାନା ମୋ ଗର୍ବ କାର‌୍ୟ୍ୟକ୍ରମ ସ୍ୱାସ୍ଥଅଧିକାରୀ ଡାକ୍ତର ଆଶିଷ କୁମାର ସାହୁଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦେବୀ ପ୍ରସାଦ ଦାସ ସ୍ୱାଗତ ଭାଷଣ ଆରମ୍ଭ କରିବା ସହ ସ୍ୱାସ୍ୟ୍ଥ ପ୍ରକଳ୍ପ ଅଧିକାରୀ ଡାକ୍ଟର ରାମଚନ୍ଦ୍ର ସାହୁ , ସୋରଳ ସଂରପଞ୍ଚ , ଡାକ୍ତର ଦାମେଦର ରାଉତ ରେଡ୍ଡି ,କତୁରୁ ସରପଞ୍ଚ ଜଗବନ୍ଧୁ ବେହେରା, ସୁନାପୁର ସରପଞ୍ଚ ,ସମରଥ ଦାସ , ଯୁବମୋର୍ଚ୍ଚା ଉପସଭାପତି ପ୍ରିୟ ରଂଜନ ବେହେରା ,ଯୋଗଦେବା ସହ ଡାକ୍ତରଖାନାର ବିଭିନ୍ନ ଉନ୍ନତି ସହ ସ୍ୱଚ୍ଛତା,ଆନୁସଙ୍ଗିକ ସୁବିଧା ସୁଯୋଗ ନିଜ ତରଫରୁ ଯୋଗାଇଦେବା ସହ କିଛି ଅନୁଦାନ ପ୍ରଦାନ କରିଥିଲେ । ଡାକ୍ତରଖାନାରେ ପାନୀୟ ଜଳର ମୁଖ୍ୟ ସମସ୍ୟା ଲାଗି ରହିଥିବା ବେଳେ ସରକାରଙ୍କ ତୁରନ୍ତ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ ।ଏଥିସହ ଏହି କାର୍ଯ୍ୟକ୍ରମରେ ବହୁ ସ୍ୱାସ୍ଥକର୍ମୀ ସମେତ ଆଶା କର୍ମୀ ଯୋଗ ଦେଇଥିଲେ ।ସ୍ୱାସ୍ଥ କର୍ମୀ କୁଶ କୁମାର ଏହି ବୈଠକ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ