କୈବର୍ତ୍ତ ସମାଜ ପକ୍ଷରୁ ବିଧାୟକ ଙ୍କୁ ସମର୍ଦ୍ଧନା

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌):ଗଂଜାମ ଏନ.ଏ. ସି ଅନ୍ତର୍ଗତ ଦାମୋଦର ପୁର ଗ୍ରାମରେ କୈବର୍ତ୍ତ ସମାଜ ପକ୍ଷରୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କୁ ସମର୍ଦ୍ଧନା ଦିଆଯାଇଛି । ଅବସର ପ୍ରାପ୍ତ ଅଧ୍ୟାପକ ଭିକାରି ବେହେରା ଙ୍କ ସଭାପତି ତ୍ୱ ରେ ଏହି ସଭାରେ ବିଧାୟକ ବେହେରା ସମ୍ବର୍ଦ୍ଧନା ଦେଇଥିବାରୁ ଧନ୍ୟବାଦ ଦେବା ସହ ଅଞ୍ଚଳର ବିକାଶ ପାଇଁ ରାଜନୀତି ଠାରୁ ଉର୍ଦ୍ଧ୍ବ ରେ ରହି ସମସ୍ତେ କାମକରିବା ପାଇଁ କହିଥିଲେ । ମଞ୍ଚାସିନ ଥିବା ବିଶିଷ୍ଟ ଶିକ୍ଷା ବିତ ତଥା ସମାଜସେବୀ ଗୋବିନ୍ଦ ପଣ୍ଡା ଅଞ୍ଚଳର ଘରପଟ୍ଟା ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନେ ଗ୍ରାମରେ ବାତ୍ୟାଆଶ୍ରୟ ସ୍ଥଳି ନିର୍ମାଣ, ମେଡିକାଲ ରେ ଡାକ୍ତର ନିଯୁକ୍ତି, ଋଷୁକୁଲ୍ୟ ନଦୀ ପାର୍ଶ୍ଵ ରେ ପଥର ପିଚିଙ୍ଗ କରିବା, ମୁହାଣ ଖନନ, ଋଷୁକୁଲ୍ୟ କୂଳରେ ଘାଟ ନିର୍ମାଣ ପ୍ରମୁଖ ସମସ୍ୟା ଉପରେ ଅଞ୍ଚଳବାସୀ ଆଲୋକ ପାତ କରିଥିଲେ । ଏନେଇ ବିଧାୟକ ଡାକ୍ତର ଆସନ୍ତା ୧୭ ତାରିଖ ରେ ଦାଇତ୍ଵ ନେବେ କହିବା ସହ ଅନ୍ୟ ସମସ୍ୟା ଗୁଡିକର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ । ଶେଷରେ ସାମ୍ବାଦିକ ଉମାକାନ୍ତ ବେହେରା ଧନ୍ୟବାଦ ଦେଇଥିଲେ ।ଏହି ସଭାରେ କୈବର୍ତ୍ତ ସମାଜ ର ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ବେହେରା, ହରିମୋହନ ବେହେରା, , ଗଂଜାମ ନଗର ସଭାପତି ରାଜୁରେଡି, ପ୍ରମୂଖ ଉପସ୍ଥିତ ଥିଲେ । ପ୍ରାରମ୍ଭ ରେ ବିଧାୟକ ବେହେରା ଙ୍କୁ ଏକ ଶୋଭାଯାତ୍ରାରେ ରେ ଗ୍ରାମ ପରିକ୍ରମା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ