କେନ୍‌ସର,ଟିବି,ହୃଦ୍‌ରୋଗୀ କୋଭିଡ ଟୀକା ଗ୍ରହଣ କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରିଣୀ(ପିଏଚଇଓ) ମମତା ପାଢୀଙ୍କ ସଚେତନତା ଓ ଉଦ୍ୟମ ଫଳରେ ଦୀର୍ଘ ୧୦ମାସ ପରେ ଉପଲଡା ଗ୍ରାମର ଜଣେ କେନ୍‌ସର ରୋଗୀଙ୍କ ସମେତ ଟିବି,ହୃଦ୍‌ରୋଗୀ ଓ ଜଣେ ୭୨ବର୍ଷର ବୃଦ୍ଧ କୋଭିଡ ଟିକା ଗ୍ରହଣ କରିଥିବା ସୁଚନା ମିଳିଛି । ଏମାନେ କୋଭିଡ ଟିକା ଗ୍ରହଣ କଲେ ବିଭିନ୍ନ ପାଶ୍ୱର୍ ପ୍ରତିକ୍ରିୟା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହେବା ସହ ଲୋକେ ବେହୋସ ହୋଇ ଗୁରୁତର ହୋଇପଡୁଥିବା ଭଳି ବିଭିନ୍ନ ଅନ୍ଧ ବିଶ୍ୱାସ ରହିଥିଲା । ତେଣୁ ଏମାନେ କୋଭିଡ ଟିକା ଗତ ୧୦-ମାସ ଧରି ଗ୍ରହଣ କରୁ ନ ଥିଲେ । ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଗତ ଜାନୁୟାରୀ ୧୬ତାରିଖ ଠାରୁ ବିଭିନ୍ନ ପର୍ଯ୍ୟାୟରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲା । ଏହି ୧୦ମାସ ମଧ୍ୟରେ ବହୁ ପ୍ରଚେଷ୍ଟା ପରେ ସୁଦ୍ଧା ଉପଲଡାର ଏହି ବାସିନ୍ଦାମାନେ କୋଭିଡ ଟିକା ଗ୍ରହଣ କରି ନ ଥିଲେ । ଗତକାଲି ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କୋଭିଡ ଟିକାକରଣରେ ବ୍ୟବହୃତ ଭ୍ୟାନଟି ୁପଲଡା ଗ୍ରାମକୁ ଯାଇଥିଲା । ଗତ ୧୦ମାସ ଧରି ଟିକା ଗ୍ରହଣ କରୁ ନ ଥିବା ଏହି ବାସିନ୍ଦାମାନଙ୍କୁ ପିଏଚଇଓ ମମତା ପାଢୀ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ସେ କୋଭିଡ ଟିକା ଦ୍ୱାରା ଶରୀରର ସୁରକ୍ଷା ପରିବର୍ତ୍ତେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ସରକାର ସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ଟିକାକରଣ ବିନା ମୁଲ୍ୟରେ ଯୋଗାଇ ଆସୁଛନ୍ତି । ଏହାର ସଦ୍‌ବିନିଯୋଗ କରି ପ୍ରତ୍ୟେକ ବ୍ୟକ୍ତି ନିଜର ସୁରକ୍ଷା କରନ୍ତୁ ବୋଲି ଏହି ବାସିନ୍ଦାମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇବା ପରେ ଏମାନେ ରାଜି ହୋଇ କୋଭିଡ ଟିକା ଗ୍ରହଣ କରିଥିଲେ । ଠିକ୍ ସେହିପରି ଭାବେ ଗତ୨୩ତାରିଖ ଦିନ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରିଣୀ(ପିଏଚଇଓ) ମମତା ପାଢୀଙ୍କ ସଚେତନତା ଓ ଉଦ୍ୟମ ଫଳରେ ହରିଜନ ବସ୍ତିର ୩୫ଜଣ ମହିଳା ଓ ୫ଜଣ ପୁରୁଷ କୋଭିଡ ଟିକା ଗ୍ରହଣ କରିଥିଲେ । ସଂପୃକ୍ତ (ପିଏଚଇଓ) ମମତା ପାଢୀଙ୍କ ଏଭଳି ମୋଟିଭେସନରେ ଲୋକେ ଅନ୍ଧ ବିଶ୍ୱାସକୁ ପରିତ୍ୟାଗ କରି କୋଭିଡ ଟୀକା ଗ୍ରହଣ କରିପାରିଛନ୍ତି । ତାଙ୍କରି ଏପରି ସଚେତନମୁଳକ ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ