ଦୁର୍ଘଟଣାରେ ଆହତଙ୍କ ମୃତ୍ୟୁ ପରେ ପାର୍ଥିବ ଶରୀରକୁ ଜନ୍ମ ମାଟି କୁ ଆଣିଲା ଓଡ଼ିଶା ମୋ ପରିବାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ପାଟପୁର ଥାନା ଅଞ୍ଚଳ ମଳlଭଣଜା ପଞ୍ଚାୟତର ଖୋଲଡୀ ଗ୍ରାମର ଡି.ଯୋଧିଷ୍ଟି ଦୋରା(୪୭) ଭୁବନେଶ୍ୱର ର ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ଡି.ଯୋଧିଷ୍ଟି ଙ୍କଚିକିତ୍ସା ପାଇଁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଂଗଳବାର ଦିନ ମୃତ୍ୟୁ ଘଟିଥିବା ବେଳେ ମରଶରୀର ଜନ୍ମ ମାଟି କୁ ଆଣିବା ଖର୍ଚ୍ଚ ନଥିବା ବେଳେ ଡି.ଯୋଧିଷ୍ଟି ପରିବାର ଚିନ୍ତିତ ହୋଇପଡ଼ିଥିଲେ । ସ୍ଥାନୀୟ ନେତୃମଣ୍ଡଳୀଙ୍କ ଦ୍ଵାରା ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କୁ ଏ ନେଇ ଅବଗତ ପରେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ରାଜ୍ୟ ସରକାରଙ୍କ ଓଡ଼ିଶା ମୋ ପରିବାର ସୌକନ୍ୟରୁ ପାର୍ଥିବ ଶରୀରକୁ ଆଜି ନିଜ ପୈତୃକ ଗ୍ରାମ ଖୋଲଡୀ କୁ ଅଣାଯିବାର ବ୍ୟବସ୍ଥା କରାଯାଇଥିଲା । ନନ୍ଦିନୀ ଦେବୀଙ୍କ ନିର୍ଦ୍ଦେଶ ମତେ ଆଜି ସନ୍ଧ୍ୟାରେ ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତଙ୍କ ସହ ଅମିନ ପ୍ରଧାନ,ପୂର୍ବତନ ଜିଲା ପରିଷଦ ସଭ୍ୟ ଓମ୍ ପ୍ରସାଦ ସାହୁ , ସମିତି ସଭ୍ୟ ତୋଫାନ ସ୍ୱାଇଁ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ଦଳେଇ ପ୍ରମୁଖ ଖୋଲଡୀ ପହଞ୍ଚି କଟକରୁ ଆସୁଥିବା ମୃତ ଶରୀରକୁ ଶେଷ ସମ୍ମାନ ଜଣାଇବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶୋକାକୁଳ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହିତ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ରାଜସ୍ଵ ବିଭାଗ ଅଧିକାରୀ ଖୋଲଡୀ ଗ୍ରାମରେ ପହଞ୍ଚି ମୃତକଙ୍କ ପରିବାବର୍ଗଙ୍କୁ ସମବେଦନା ଜଣଇଛନ୍ତି । ରେଡ଼କ୍ରସ ତରଫରୁ ଦଶହଜର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଶୋକ ସଂତପ୍ତ ପରିବାରକୁ ଆବଶ୍ୟକୀୟ ପ୍ରଶାସନିକ ସ୍ତରରେ ସୁବିଧା ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ