ହାଇସ୍କୁଲର ସ୍ୱର୍ଣ୍ଣୋତ୍ସବ ଅବସରରେ ମ୍ୟୁଜିକାଲ ଚେୟାର ପ୍ରତିଯୋଗୀତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୍ଅତି ପୁରାତନ ବିଗତ ୩୦, ୦୪, ୧୯୭୧ରେ ନିର୍ମିତ ମହେନ୍ଦ୍ରଗିରି ସରକାରୀ ହାଇସ୍କୁଲର ସ୍ୱର୍ଣ୍ଣୋତ୍ସବ ଆସନ୍ତାକାଲି ରବିବାର ଦିନ ମହାସମାହରରେ ପାଳନ କରିବା ପାଇଁ ବ୍ୟାପକ ଆୟୋଜନ ଚାଲିଛି । ଏହି ଅବସରରେ ପୁରାତନ ଛାତ୍ରମାନଙ୍କ ତରଫରୁ ଆଜି ମହେନ୍ଦ୍ରଗିରି ହାଇସ୍କୁଲ ପରିସରରେ ପୁରାତନ ଛାତ୍ରମାନଙ୍କ ଦ୍ୱ।।ରା ମ୍ୟୁଜିକାଲ ଚେୟାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରାତନ ଛାତ୍ର ସୂର୍ଯ୍ୟନାରାୟଣ ରାଜଗୁରୁ ୱିନର ହୋଇଥିବା ବେଳେ ନିମାଁଇ ଚରଣ ପାତ୍ର ରନର ହୋଇଛନ୍ତି । ସେହିପରି ମହେନ୍ଦ୍ରଗିରି ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀମାନଙ୍କ ତରଫରୁ ମଧ୍ୟ ଏହି ମ୍ୟୁଜିକାଲ ଚେୟାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ ଶିକ୍ଷୟତ୍ରୀ ଗେଦଲା ଲକ୍ଷ୍ମୀ ୱିନର ହୋଇଥିବା ବେଳେ ଶିକ୍ଷୟତ୍ରୀ ବିଷ୍ଣୁପ୍ରୀୟା ରନର ହୋଇଛନ୍ତି ।


