ୟୁଥ୍ ଅଫ କନ୍ଧମାଳ ତରଫରୁ ଶୀତ ବସ୍ତ୍ର ପ୍ରଦାନ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଶୀତ ରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା। ଲୋକେ ଘରୁ ବାହାରିପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ୟୁଥ୍ ଅଫକନ୍ଧମାଳ ତରଫରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅପହଞ୍ଚ ଗ୍ରାମ ନେଡିପଦର୍ ଗ୍ରାମ କୁ ଯାଇ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୟୁଥ୍ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ , ଜଏ ତିର୍କି, ସମ୍ବିତ ଦିଗାଲ, ଲୀଶା ଦିଗାଲ ଓ ଟୁନା ଦିଗାଲ ପ୍ରମୁଖ ଉପସ୍ଥିତ ରହି ଶୀତ ବସ୍ତ୍ର ପ୍ରଦାନ କରିଥିଲେ l ଏଭଳି ଜନ ହିତକର କାର୍ଯ୍ୟକ୍ରମକୁ ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ ସମେତ ଯୁବକ ମାନେ ବେଶ ପ୍ରଶଂସା କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ