ଅନାଥ ପିଲାଙ୍କ ମେଳରେ ଜନ୍ମଦିନ ପାଳିଲେ ବିଜେଡି କାର୍ଯ୍ୟକାରୀ ସଭାପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ମାରୁତ କୁମାର ପାଳ ନବଜୀବନ ଟ୍ରଷ୍ଟ ଠାରେ ଥିବା ଅନାଥ ଶିଶୁ ଓ ବୃଦ୍ଧବୃଦ୍ଧା ମାନଙ୍କ ମେଳରେ ନିଜ ପୁଅର ଜନ୍ମଦିନ ପାଳିଛନ୍ତି । ତାଙ୍କ ପୁତ୍ର ବରୁଣ ପାଳ ଏବଂ ଅନାଥ ଆଶ୍ରମର ଜଣେ ଶିକ୍ଷୟତ୍ରୀ ଜୟଲକ୍ଷ୍ମୀଙ୍କ ଜନ୍ମ ଦିବସ ଅବସରରେ ସେ ନବଜିବନ ଅନାଥ ଆଶ୍ରମର ଅନାଥ ପିଲାଙ୍କୁ ମିଷ୍ଟାନ୍ନ ଓ ଖାଦ୍ୟ ପରସି ସେମାନଙ୍କର ହସଖୁସି ମେଳରେ ଜନ୍ମଦିବସ ପାଳନ କରି ନିଜର ବଦାନ୍ୟତା ଦେଖାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହି ଅବସରରେ ନବଜୀବନ ଟ୍ରଷ୍ଟ ମଧ୍ୟରେ ବସବାସ କରୁଥିବା ଅନାଥ ଶିଶୁ ତଥା ବୃଦ୍ଧବୃଦ୍ଧାମାନେ ତାଙ୍କ ହାତରୁ ଖାଦ୍ୟ ଓ ଶୀତବସ୍ତ୍ର ଗ୍ରହଣ କରିବା ସହ ତାଙ୍କର ପ୍ରଶଂସା କରିଥିଲେ । ଜନ୍ମଦିବସଟିକୁ ଯାକଜମକରେ ନକରି ଏପରି ଅନାଥ ଶିଶୁଙ୍କୁ ଖାଦ୍ୟ ଦେଇ ପାଳନ କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ଜିଲା ବିଜେଡିର ଜଣେ ଆଗଧାଡିର ନେତା ଭାବେ ଖୁବ୍ ପରିଚିତ ଅଟନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ନବଜୀବନ ଟ୍ରଷ୍ଟ ପାରଳାଖେମୁଣ୍ଡି ଶାଖା ପରିଚାଳକ ଏସ୍.ଭି. ରାମଣା ଶ୍ରା ପାଳଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କେ.ସୁରିଆ ରାଓ, ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ସଂଜୁକ୍ତା ବେହେରା, ସୁଦ୍ଧିରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ