ହିଞ୍ଜିଳି ରେ ପୁଣି ମାତିଲେ ଲୁଟେରା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ପିତଳ ଛକ ସ୍ଥିତ ଏକ ଭଡା ଘର ସମ୍ମୁଖରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଜାଜ ପଲସର ବାଇକ ଚୋରି ଯାଇଥିବା ଚାଳକ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତ୍ର ସମୟରେ ବାଇକ ନଂ( ଓଡି୦୭ ଏକେ ୧୫୫୦ ) ଘର ସମ୍ମୁଖରେ ଥିଲା ବେଳେ କୌଣସି ଦୁର୍ବୃତ୍ତ ଚୋରି କରିଥିବା ନେଇ ନରେନ୍ଦ୍ରପୁର ଗ୍ରାମର ଗାଡି ମାଲିକ ଦୁର୍ଯ୍ୟୋଧନ ପୋଲାଇ ଶନିବାର ସ୍ଥାନୀୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି।ଘଟଣାରୁ ପ୍ରକାଶ ନରେନ୍ଦ୍ରପୁର ଗ୍ରାମର ଦୁର୍ଯ୍ୟୋଧନ ପିତଳ ଛକ ଠାରେ ଏକ ଭଡା ଘର ନେଇ ରୁହନ୍ତି।ସବୁଦିନ ଭଳି ଗତ ଶୁକ୍ରବାର ରାତ୍ର ପ୍ରାୟ ସାଢ଼େ ୯ ଘଣ୍ଟା ସମୟରେ ନିଜ ବଜାଜ ପଲସର ବାଇକ ଭଡା ଘର ସମ୍ମୁଖରେ ରଖି ଦୁର୍ଯ୍ୟୋଧନ ଘର ଭିତରକୁ ଯାଇଥିଲେ। ଶନିବାର ସକାଳ ପ୍ରାୟ ୫ ଟା ସମୟରେ ଘର ସମ୍ମୁଖରେ ବାଇକ ନ ଥିବା ସେ ଦେଖିବାକୁ ପାଇଥିଲେ।ବହୁ ସମୟ ପର୍ଯ୍ୟନ୍ତ ସେ ଖୋଜାଖୋଜି କରିବା ପରେ ତାଙ୍କ ବାଇକ ଚୋରି ହୋଇଥିବା ନେଇ ଜାଣି ପାରିଥିଲେ।ରବିବାର ଏନେଇ ସେ ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରିଛନ୍ତି।ରାଜନୈତିକ ଶତୃତା କାରଣରୁ ବାଇକଟିକୁ କେହି ଚୋରୀ କରିଥିବା ସେ ସନ୍ଦେହ ପ୍ରକଟ କରି ଥାନାରେ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି ।


