ଅବକାରୀ ବିଭାଗ ପକ୍ଷରୁ ୩୯ ଲିଟର ଦେଶୀ ମଦ ଚଢ଼ାଉ
ଯାଜପୁର, (ଯୁଗାବ୍ଦ ନ୍ୟୁଜ):ଯାଜପୁର ରୋଡ ଅବକାରୀ ବିଭାଗ ପକ୍ଷରୁ ନାଉଡୁପୁର ଛକରେ ଚଢ଼ାଉ ୩୯ ଲିଟର ଦେଶୀ ମଦ ଜବତ,୩ ଗିରଫ,କୋର୍ଟ ଚାଲାଣ ହେଇଥିବା ସୂଚନା ମିଲିଛି । ଆଜି ଜିଲ୍ଲା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକାରିଣୀ ସ୍ୱପ୍ନ ରାଣୀ ସାହୁ ଓ ଯାଜପୁର ରୋଡ ଅବକାରୀ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ୩ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି। ଆଜି ଏକ ବିଶେଷ ସୂତ୍ରରୁ ଅବକାରୀ ଅଧିକାରିଣୀ ଶ୍ରୀମତୀ ସାହୁ ଖବର ପାଇ ନାଉଡୁପୁର ଛକରେ ବ୍ୟାପକ ଦେଶୀ ମଦ ଆସୁଥିବା ଖବର ପାଇଥଲେ । ଏହି ଖବରକୁ ଆଧାର କରି ଶ୍ରୀ ମହାନ୍ତି ତାଙ୍କ ଟିମିକୁ ନେଉ ନେଇ ପାଣିକୋଇଲି ଥାନା ନାଉଡୁପୁର ଛକରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ନାଉଡୁପୁର ଗାଁର ମୂରଲୀଧର ସାହୁ,କାଳନ୍ଦୀ ଚରଣ ସାହୁ ଓ ରମେଶ ସାହୁକୁ ଧରିବାରେ ସଫଳ ହେଇଥିଲେ । ଆଜି ୩ ଅଭିଯୁକ୍ତଙ୍କୁ କୋଭିଡ ଟେଷ୍ଟ ପରେ କେସ ନମ୍ବର ୧୫୯/୨୧-୨୨ ଓ ୧୬୦/୨୧-୨୨ ଓଡିଶା ଅବକାରୀ ଆକ୍ଟରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ କ୍ଷୀରୋଦ କୁମାର ସାହୁ,ସୁଭାସ୍ମିତା ପ୍ରଧାନା ଓ ବିପିନି ପ୍ରଧାନ ଉପସ୍ଥିତ ଥିଲେ।