ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ହାଟଡିହି, (ବିକାଶ ବିଶ୍ୱାଳ ) : ନିଜ ସାନପୁଅ ସାଇଦିବ୍ୟାଶୁଂ ର ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ସ୍ୱେଚ୍ଛାସେବୀ ବିଶ୍ୱଜିତ ଦାସ । ରକ୍ତର ବିକଳ୍ପ ନାହିଁଁ, ରକ୍ତ ଅଭାବରୁ ଯେପରି କେହି ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ନପଡୁ ଏହି ଉଦ୍ଦେଶ୍ୟରେ ସେ ନିଜ ପୁଅର ଜନ୍ମଦିନରେ ଏକ ଅଭିନବ ଚିନ୍ତା କରି ରକ୍ତଦାନ ଶିବିରର ଆୟୋଜନ କରିଥିଲେ । ହାଟଡିହି ବ୍ଲକ ମୁଗୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ଶିବିରକୁ ସାଇ ଦିବ୍ୟାଶୁଂର ଜେଜେବାପା ପ୍ରଫୁଲ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରକ୍ତଦାନ ମହାପୁଣ୍ୟର ବାର୍ତ୍ତାନେଇ ଆଜିର ଯୁବସମାଜ ରକ୍ତଦାନ କ୍ଷେତ୍ରକୁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ନିଜ ନିଜର ଜନ୍ମଦିନ କିମ୍ବା ବିବାହ ଉତ୍ସବ ପାଳନରେ ରକ୍ତଦାନ ଶିବିର କରି ରକ୍ତ ଅଭାବକୁ ଦୁରେଇ ଦେବାକୁ ସେ ଆହ୍ୱାନ ଦେଇଥିଲେ । ସପୋଟିଭ ହ୍ୟାଣ୍ଡର ସମ୍ପାଦକ ବିଶ୍ୱଜିତ ଦାସ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସପୋଟିଭ ହ୍ୟାଣ୍ଡସର ସଦସ୍ୟ ସୁଧାଶୁଂ ଶେଖର ନାୟକ, ଅମ୍ରିତାଶୁଂ ଦାସ, ଗୀତାଞ୍ଜଳୀ ଦାସ, ଅର୍ଚ୍ଚନା ଦାସ, ଯଶସ୍ୱିନୀ ଦାସ, ନବୀନ ନାହାକ, ପ୍ରଶାନ୍ତ ସାହୁ, ରାଜୀବ ଦାସ, ମାନସ ପଣ୍ଡା, ପାର୍ଥସୌରଭ ସା, ଅରୁଣ ସାହୁ, ସୁମନ ପାତ୍ର, ଫନି ଜେନା, ପ୍ରକାଶ ନାୟକ, ଜୟନ୍ତ ରାଉତ, ଶରତ ଜେନା, ଧ୍ୟାନ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ବାରିଗାଁ ଧନେଇ ସେବା ସଂଘର ସଭାପତି ବିଷ୍ଣୁ ବାରିକ, ସାହାଯ୍ୟ ସେବା ଟ୍ରଷ୍ଟର ଅଜୟ କୁମାର ଜେନା, ପ୍ରକାଶ ଜେନା, ଜୟଦୁର୍ଗା ଫାଉଣ୍ଡେସନର ଉମାକାନ୍ତ ରାଉତ, ଅର୍ଜୁନ ଖଣ୍ଡା, ସର୍ଭଫର ପିପୁଲ ପକ୍ଷରୁ ମମତା ବରାଳ, ମୁଗୁପୁର ସମାଚାରର କର୍ମକତ୍ତା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରାଇଥିଲେ । ଏହି ଶିବିରରୁ ୩୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମୁଗୁପୁର ଡାକ୍ତରଖାନାର ଡାକ୍ତର ଜ୍ୟୋତିସ୍ମ।।ନ ପାଢ଼ୀ, ଆନନ୍ଦପୁର ରକ୍ତଭଣ୍ଡାରର ଏଲ.ଟି ଦେବରାଜ ସାହୁ, ଷ୍ଟାଫ ନର୍ସ ସସ୍ମିତା ଦେହୁରୀ, ଡିଇଓ ରଶ୍ମୀରଞ୍ଜନ ପ୍ରଧାନ, ଅଫିସ ଅସିଷ୍ଟାଣ୍ଡ ଅଶୋକ କୁମାର ସୁର, ଆଟେଣ୍ଡାଣ୍ଟ , ସୌମ୍ୟ ରଞ୍ଜନ ସାହୁ, ନୀଳମାଧବ ମୁଖୀ, ଲୀପାରାଣୀ ଜେନା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ