ଗାଁ ପ୍ରବେଶ ଦ୍ୱାରରେ ବସ ପାର୍କିଂକୁ ନେଇ ଅସନ୍ତୋଷ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗାଁ ପ୍ରବେଶ ଦ୍ୱାରରେ ବସ ପାର୍କିଂକୁ ନେଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପାଣ୍ଡିରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କେନ୍ଦ୍ରାପଡାକୁ ଆସୁଥିବା ଘରୋଇ ଯାତ୍ରୀବାହୀ ବସ ଗୁଡିକ ଦୁହୁରିଆ ଛକରେ ପାଣ୍ଡିରି ଗ୍ରାମର ପ୍ରବେଶ ଦ୍ୱାରକୁ ଅବରୋଧ କରି ପାର୍କିଂ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବସ ଗୁଡିକ ଗ୍ରାମ ରାସ୍ତାକୁ ଅବରୋଧ କରି ବସରେ ଯାତ୍ରୀ ଚଢାଇବା ଏବଂ ଓହ୍ଲାଇବା ଯୋଗୁଁ ଗାଁର ଲୋକମାନେ ମୁଖ୍ୟ ରାସ୍ତାକୁ ବାହାରି ପାରୁନଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ମୁଖ୍ୟ ରାସ୍ତା ଦେଖି ନପାରିବା ଯୋଗୁଁ ମଧ୍ୟ ଗାଁ ଲୋକ ଦୂର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପକ୍ଷରେ ପାଣ୍ଡିରି ଗାଁ ରାସ୍ତାଟି ଡେରାବିଶ ବ୍ଲକକୁ ସଂଯୋଗ କରୁଥିବାରୁ ବିଭିନ୍ନ ଅଞ୍ଚଳର ଲୋକେ ସେହି ରାସ୍ତା ଦେଇ ଦୁହୁରିଆ ଛକକୁ ଆସିଥାନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ କାହ୍ନୁ ଚରଣ ବିଶ୍ୱାଳ, ପଦ୍ମନାଭ ମହାନ୍ତି, ନିରାକାର ସାମଲ, ଭାଷ୍କର ଚନ୍ଦ୍ର ବିଶ୍ୱାଳ, ଜଗନ୍ନାଥ ମହାନ୍ତି, ରାଜେନ୍ଦ୍ର ବିଶ୍ୱାଳ ପ୍ରମୁଖ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ