ଦାବି ପୂରଣ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଜକୁ ପ୍ରାୟ ୧୧ ବର୍ଷ ଧରି ଟିକାବାଲି ବ୍ଲକ ରେ ମିଶିବା ପାଇଁ ସଂଘର୍ଷ କରି ଧରାସାଇ ହେଲାପରେ ଭୋଟ ବର୍ଜନ କରିବାକୁ ଖୋଲା ଚେତାବନୀ ଦେଇଛନ୍ତି ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ଗ୍ରାମପଞ୍ଚାୟତ ର ସମସ୍ତ ପଞ୍ଚାୟତ ବାସୀ |ସୂଚନା ଅନୁସାରେ ଆଜକୁ ପ୍ରାୟ ୧୧ ବର୍ଷ ପୁର୍ବରୁ ବେହେରାଗାଁ ଗ୍ରାମପଞ୍ଚାୟତ ଟିକାବାଲି ବ୍ଲକ ରେ ସଂଯୁକ୍ତ ଥିଲା | ସେତେବେଳେ ଅବିଭକ୍ତ ବେହେରାଗାଁ ପଞ୍ଚାୟତ ରେ ସର୍ବମୋଟ ୨୫ ଟି ୱାର୍ଡ ଥିଲା |ଗତ ୨0୧0 ମସିହା ରେ ବସ୍ତିଙ୍ଗିଆ ଅଞ୍ଚଳ ର କେତେକ ପ୍ରଭାବ ଶାଳୀ ନେତା ମାନେ ବସ୍ତିଙ୍ଗିଆ ଠାରେ ଚକାପାଦ ବ୍ଲକ ଟି ସ୍ଥାୟୀ ହୋଇ ରହିବା ପାଇଁ ଆବଶ୍ୟକ ଜନ ଗହଳି କୁ ଆଖି ଆଗରେ ରଖି ବେହେରା ଗାଁ ପଞ୍ଚାୟତ କୁ ଚକାପାଦ ବ୍ଲକ ରେ ମିଶାଇବା ପାଇଁ ଦାବି ପ୍ରୟାସ କଲେ |ତେଣୁ ତତ୍କାଳୀନ ଜିଲ୍ଲାପାଳ, ଉପଜିଲ୍ଲାପାଳ,ଜିଲ୍ଲା ପଞ୍ଚାୟତ ଅଧିକାରୀ, ସ୍ଥାନୀୟ ଦୁଇଟି ତହସିଲ ଦାର, ବିଡିଓ ମାନେ ସମସ୍ତେ ପ୍ରୟାସ କ୍ରମେ ଏହି ପଞ୍ଚାୟତ କୁ ଚକାପାଦ ବ୍ଲକ ରେ ୨0୧0 ମସିହା ରେ ସାମିଲ କରାଗଲା |ତାପରେ ଏହି ବେହେରାଗାଁ ପଞ୍ଚାୟତ କୁ ୨0୧୬ ମସିହା ରେ ପୁନଃ ଭାଗ କରାଯାଇ ଦୁଇଟି ପଞ୍ଚାୟତ କରାଗଲା ଯଥା ୧୨ ଟି ୱାର୍ଡ କୁ ନେଇଁ ବସ୍ତିଙ୍ଗିଆ ପଞ୍ଚାୟତ ସ୍ଥାପନ କରାଗଲା | କିନ୍ତୁ ବେହେରାଗାଁ, ପାଣିଙ୍ଗିଆ, ସୁନାପାଙ୍ଗା, ବିଲାବାଡା, କାଣ୍ଡାବାଡା, ଲଣ୍ଡପାଜୁ, ଲଦା ଇତ୍ୟାଦି ଗାଁ ର ଲୋକମାନେ ସେତେବେଳ ଚକାପାଦ ବ୍ଲକ ରେ ମିଶିବାକୁ ସହମତି ନଥିଲା କିନ୍ତୁ ରାଜନୈତିକ ପ୍ରଭାବ ରେ ଲୋକଙ୍କ ବିନା ସହମତି ରେ ସେମାନଙ୍କୁ ଚକାପାଦ ବ୍ଲକ ରେ ସାମିଲ କରାଯାଇ ଥିବା ପ୍ରକାଶ କରୁଛନ୍ତି ବେହେରା ଗାଁ ପଞ୍ଚାୟତ ବାସୀ | କିନ୍ତୁ ଜମିଜମା, ମେଡିକାଲକାମ, ବ୍ଲକ କାମ, ଇତ୍ୟାଦି ପାଇଁ ଦୀର୍ଘ ଏଗାର ବର୍ଷ ହେଲାଣି ହଇରାଣ ହେଉଥିବା ଅଭିଯୋଗ କରୁଛନ୍ତି ବେହେରାଗାଁ ପଞ୍ଚାୟତ ବାସୀ | ତେଣୁ ୨୦୧୦-୧୧ ମସିହା ଠାରୁ ଏକ ପଞ୍ଚାୟତ ର ଜନସାଧାରଣ ମିଶି ମିଳିତ ମଞ୍ଚ ଗଠନ କରି ୧୧ ବର୍ଷ ହେବ ନିଜ ପଞ୍ଚାୟତ କୁ ଟିକାବାଲି ବ୍ଲକ ରେ ପୁନଃ ସାମିଲ କରିବାକୁ ବିଭାଗୀୟ ପଞ୍ଚାୟତ ରାଜ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି, ତତକାଳୀନ ଜି. ଉଦୟଗିରି ବିଧାୟକ, ଫୁଲବାଣୀ ବିଧାୟକ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଉଭୟ ଟିକାବାଲି ଓ ଚକାପାଦ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ପାଖକୁ ଅନେକ ଥର ଦଉଡିଛନ୍ତି ପଞ୍ଚାୟତ ବାସୀ କିନ୍ତୁ ଆଜି ପର୍ଯ୍ୟନ୍ତ ସୁଫଳ ମିଳିନାହିଁ | ତେଣୁ ବାରମ୍ବାର ଅଭିଯୋଗ ପରେ ବର୍ତ୍ତମାନ ଦାବି ପୁରଣ ନହେଲେ ବାଧ୍ୟହୋଇ ଭୋଟ ବର୍ଜନ କରିବାର ଦୃଢ ନିଷ୍ପତି ନେଇଥିବା ଦେଖିବାକୁ ମିଳିଛି | ଏନେଇ ବେହେରାଗାଁ ଗ୍ରାମ ପାଞ୍ଚୟତ ମିଳିତ ମଞ୍ଚ ପକ୍ଷରୁ ବେହେରାଗାଁ ର ଖଜୁରୀ ସାହି ଠାରେ ଶତାଧିକ ୧୩ ଟି ୱାର୍ଡ ର ପୁରୁଷ, ମହିଳା ମାନେ ଏକତ୍ରିତ ହୋଇ ଏକ ବିରାଟ ଜନ ସମାରୋହ ଆୟୋଜନ କରିଥିଲେ | ଉକ୍ତ ବୈଠକ ରେ ସ୍ଥାନୀୟ ପୂର୍ବତନ ସରପଞ୍ଚ ପ୍ରଫୁଲ ଦାସ, ସମିତି ସଭ୍ୟା, ପ୍ରତ୍ୟେକ ୱାର୍ଡ ର ୱାର୍ଡ ମେମ୍ବର ଓ ଅନେକ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ | ଏହି ବେହେରାଗାଁ ପଞ୍ଚାୟତ କୁ ଯଦି ଖୁବ ଶିଘ୍ର ଟିକାବାଲି ବ୍ଲକ ରେ ସାମିଲ ନ କରାଯାଏ ତାହେଲେ ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବା ସହିତ ଆସନ୍ତା ୨୦୨୪ ରେ ହେବାକୁ ଥିବା ବିଧାନସଭା, ଲୋକସଭା ନିର୍ବାଚନ ରେ ମଧ୍ୟ ଭୋଟ ବର୍ଜନ କରିବା ଏବଂ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦାଳନ କୁ ତୀବ୍ର କରି ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇବା ପାଇଁ ଦୃଢ ନିଷ୍ପତି ନେଇଥିବା ଜଣାପଡିଛି |


