ଜିଲ୍ଲା ମୁଖ୍ୟାଳୟରେ ଦିବ୍ୟ କାଶୀ ଭବ୍ୟ କାଶୀ ଉଦଘାଟନୀ ଉତ୍ସବ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା) :ବିଶ୍ଵର ସର୍ବପୁରାତନ ସହର ମଧ୍ୟରୁ ଅନ୍ୟତମ, ପୁରାଣରେ ବର୍ଣ୍ଣିତ ମହାଦେବଙ୍କ ପ୍ରିୟ ସ୍ଥାନ କାଶୀ ସହର ଭବ୍ୟତାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ କାଶୀ ବିଶ୍ଵନାଥ ଧାମର କାୟାକଳ୍ପର ଭବ୍ୟତା ଆଣିଛନ୍ତି । ଏହା ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଅନ୍ତର୍ଗତ ହୋଇଥିବାରୁ ଏହା ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନର ପ୍ରକଳ୍ପ ଥିଲା। ଦୀର୍ଘ ୨ଶବର୍ଷ ୯ ମାସ ସମୟରେ ବହୁ ବାଧାବିଘ୍ନକୁ ଅତିକ୍ରାନ୍ତ କରି କାଶୀ କୋରିଡ଼ର ଆଜି ପ୍ରଧାନମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ଏହି କାର୍ଯ୍ୟକ୍ରମ ସମାନ୍ତରାଳରେ ଭାରତବର୍ଷର ସର୍ବତ୍ର ପାଳନ କରିବା ପାଇଁ । ସେହି କ୍ରମରେ ଆଜି ଜିଲ୍ଲାର ମୁଖ୍ୟ କାର୍ଯ୍ୟକ୍ରମ ନଗର ସ୍ଥିତ ଝାଡେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟ କାଶୀ ଭବ୍ୟ କାଶୀ କାର୍ଯ୍ୟକ୍ରମର ଜିଲ୍ଲା ପ୍ରମୁଖ ଶ୍ରୀନିବାସ ପ୍ରଧାନଙ୍କ ସଭାପତିତ୍ୱରେ ସହରର ବୁଦ୍ଧିଜୀବୀ, ଧର୍ମପରାୟଣ ବ୍ୟକ୍ତି, ଧାର୍ମିକ ଅନୁଷ୍ଠାନ ଓ ସଂଘ ପରିବାରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଧର୍ମସଭା ସେଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାବା ଝାଡେଶ୍ଵରଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ କାମନା କରି ବିଶେଷ ପୂଜାର୍ଚ୍ଚନା ଓ ସାମୁହିକ ଦୀପଦାନ କରାଯାଇଥିଲା। ଏହା ପରେ ଉକ୍ତ ଧର୍ମ ସଭାରେ ବକ୍ତା ମାନେ ସନାତନ ହିନ୍ଦୁ ଧର୍ମର ବିଶେଷତା, ମାନବ କଲ୍ୟାଣ ନିମନ୍ତେ ହିନ୍ଦୁତ୍ୱର ଅବଦାନ, ସାଂସ୍କୃତିକ ଉତ୍ଥାନ, ଭାରତୀୟ ସଂସ୍କୃତିର ପୁନଃର୍ଉଦ୍ଧାର ପାଇଁ ମୋଦିଜୀଙ୍କ ଉଦ୍ୟମ, କାଶୀ ସହରର ଇତିହାସ ଉପରେ ବିଶେଷ ଆଲୋକପାତ କରିଥିଲେ। ସକଂଳ୍ପବଦ୍ଧ ଚିତ୍ତରେ କାଶୀ କୋରିଡ଼ର ସମ୍ପର୍ଣ୍ଣ କରିଥିବାରୁ ଉକ୍ତ ଧର୍ମସଭା ଏକ ଶ୍ଵରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କ କୋରିଡ଼ର ଉଦଘାଟନ ଓ ବାର୍ତ୍ତାର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ରଘୁନାଥ ପାତ୍ର, ଗୋପାଳ ଚନ୍ଦ୍ର ନାୟକ, ଅମର ସେଠୀ, ସଞ୍ଜୟ ଖଣ୍ଡେଲଓ୍ବାଲ, ହେମନ୍ତ ମହାନ୍ତି, ବଳଭଦ୍ର ଶତପଥୀ, ମନୋଜ ଦେ, ମନ୍ମଥ ପଣ୍ଡା, ଉମାକାନ୍ତ ମହାପାତ୍ର, ଜୀବନ ପ୍ରଦୀପ ଦାସ, ଶୋଭନା ମହାନ୍ତି, ପର୍ଶୁରାମ ପରିଡ଼ା, ଗୋବିନ୍ଦ ଚନ୍ଦ୍ର ଦାସ, ରାକେଶ ମଲ୍ଲିକ, ଜିତେନ୍ଦ୍ର ସ୍ୱାଇଁ, ଚିତ୍ତରଞ୍ଜନ ପଣ୍ଡା, ରେଣୁ ବିଶ୍ୱାଳ, ସୁଶାନ୍ତ କୁମାର ବେରା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଶିଷ ଘୋଷ, ଜୋଗେନ ରଣା, କମଲଲୋଚନ ଦାସ, ବସନ୍ତ ମହାପାତ୍ର, କମଳା ବିନ୍ଧାଣି, କୌଳାସ ବାରିକ, ସସ୍ମିତା ପଣ୍ଡା, ସସ୍ମିତା ଚାନ୍ଦ, ସବିତା ପାଣିଗ୍ରାହୀ, ମଣ୍ଟୁ ପେରିଓ୍ବାଲ, ସର୍ବେଶ୍ଵର ପାତ୍ର, ରାଜେଶ ମହାପାତ୍ର, ସବିତା ସିଂହ, ସୁକାନ୍ତି ଦେବଗୋସ୍ୱାମୀଙ୍କ ସମେତ ଅନେକ ଧର୍ମପରାୟଣ ବ୍ୟକ୍ତି ଧର୍ମସଭା ପରିଚାଳନାରେ ସହାୟତା କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ଵର ।


