ଅନ୍ୟ ଦଳ ସରପଂଚ ପ୍ରାର୍ଥୀ କଂଗ୍ରେସରେ ସାମିଲ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ କଂଗ୍ରେସ ଏବେ ଆହୁରି ସଶକ୍ତ ହେଉଛି। ପୂର୍ବ ନିର୍ବାଚନ ସମୟରେ ଯିଏ ଅନ୍ୟ ଦଳର ସରପଂଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବିତା କରୁଥିଲେ ସେ ଏବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଦକ୍ଷିଣଵାଡ ପଞ୍ଚାୟତର ବରିଷ୍ଠ ଯୁବ ନେତା ସନ୍ତୋଷ କୁମାର ସାହୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଶ୍ରୀ ସାମଲ ଅନ୍ୟ ଦଳରୁ ସରପଂଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ବିତା କରିଥିଲେ । ତାଙ୍କର କଂଗ୍ରେସ ଦଳରେ ଯୋଗଦାନ ପଞ୍ଚାୟତ କଂଗ୍ରେସକୁ ଆହୁରି ସୁଦୃଢ କରିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିଭଳି ଯୁବନେତା ଟୁଟୁ ଦ୍ୱିବେଦୀ କଂଗ୍ରେସରେ ସାମିଲ ହୋଇଛନ୍ତି । ମିଶ୍ରଣ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବ୍ରତ ଦାସ, ପଞ୍ଚାୟତ ସଭାପତି ପିତାମ୍ବର ଦାସ, ସରପଞ୍ଚ ତଥା ଯୁବ କଂଗ୍ରେସ ନେତା ବିଜୟ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


