ଅଟୋକୁ ପିଟିଲା ପିକଅପ : ତିନି ଗୁରୁତର
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଗଣେଶ ବଜାର ନିକଟ ହାଇଲେବୁଲ କେନାଲ ପୋଲ ଉପରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିବାରୁ ୩ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଓଡ଼ି ୨୨ଏମ ୮୧୨୭ ଅଟୋଟି ଥାନା ଛକ ପଟୁ ମେଡିକାଲ ଆଡକୁ ଯାଉଥିଲା । ଏହି ସମୟରେ ଏକ ଦ୍ରୁତଗାମୀ ପିକଅପ ଅଟୋଟିକୁ ଖୁବ ଜୋରରେ ଧକ୍କା ଦେଇଥିଲା । ଫଳରେ ପୋଲ ଉପରେ ଚାଲିଚାଲି ଯାଉଥିବା ସ୍ଥାନୀୟ ହାଟଡିହୀ ଗ୍ରାମର ଚୈତନ ଜେନା(୭୦) ଓ ମେଡିକାଲ ଛକର ଚୈତନ ବେହେରା (୭୨)ଙ୍କ ଆଡକୁ ଅଟୋଟି ଧକ୍କା ଖାଇ ମାଡିଯାଇଥିଲା । ଦୁଇ ପଥଚାରୀ ଏଥିରେ ଗୁରୁତର ଆହତ ହୋଇଥିବା ବେଳେ ଅଟୋ ଚାଳକ କଣ୍ଟି ଗ୍ରାମର ଉମାକାନ୍ତ ବେହେରା(୪୦)ଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କୁ ଭଦ୍ରକ ଓ ଅଟୋ ଚଳକଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି । ଘଟଣାସ୍ଥଳରୁ ପିକଅପଟି ଫେରାର ହୋଇଯାଇଥିବା ଜଣାପଡିଛି ।


