ସାମାଜିକ ଗଣମାଧ୍ୟମ ସମ୍ମାନ ଓ ହିନ୍ଦୀ ଆଲବମ ଜିଦ୍ଧ ର ପ୍ରିମୀୟର ରିଲିଜ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତେକବର୍ଷ ପରି ଚଳିତବର୍ଷ ମଧ୍ୟ ସାମାଜିକ ଅନୁଷ୍ଠାନ ଦିଶା ଓଡିଶା ପକ୍ଷରୁ ସାମାଜିକ ଗଣମାଧ୍ୟମ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଗଣମାଧ୍ୟମ କୁ ସଠିକ ଢଙ୍ଗରେ ପରିଚାଳିତ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେଇ ବ୍ୟକ୍ତି ବିଶେଷଙ୍କୁ ସାମାଜିକ ଗଣମାଧ୍ୟମ ସମ୍ମାନ ପ୍ରଦାନ କରାଯାଇଛି । ସାମାଜିକ ଗଣମାଧ୍ୟମ ରେ ସାମାଜିକ ସଚେତନତା , କବିତା , ଗପ , ସଙ୍ଗୀତ ଓ ସାମ୍ବାଦିକତା ପାଇଁ ପୋଷ୍ଟ କରି ଜନ ଜାଗରଣ ସୃଷ୍ଟି କରୁଛନ୍ତି ସେଇଭଳି ୩୫ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଏହା ସହିତ ବିଓଏଫ ପ୍ରଡକ୍ସନ ପ୍ରଯୋଜତ ହିନ୍ଦୀ ଆଲବମ ଜିଦ୍ଧ ର ପ୍ରିମୀୟର ରିଲିଜ ଅନୁଷ୍ଠିତ ହୋଇଥିଲା । ଏହି ହିନ୍ଦୀ ଆଲବମ ରେ ଯାତ୍ରା କଳିଙ୍ଗ ଗଣନାଟ୍ୟ ର ନାୟକ ସଞ୍ଜୟ ମାଝୀ , ମଧୁସ୍ମିତା , ଚଳଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା , ବୁଲୁ ପଣ୍ଡା ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି ଗୀତରେ କଣ୍ଠଦାନ କରିଛନ୍ତି ଏନ ଶ୍ରୀନିବାସ । ନିର୍ଦେଶନା ଦେଇଛନ୍ତି ବାପୁ ଓଝା ।ଏହି କାର୍ଯ୍ୟକ୍ରମ ରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ , ସାମ୍ବାଦିକ ସତ୍ୟ ବିମଳ ମିଶ୍ର , ସମାଜସେବୀ ଡ଼ଃ ରୀନା ରାଉତରାୟ , ସମାଜସେବୀ ଶୁଭଶ୍ରୀ ଦାସ , ସମାଜସେବୀ ବନ୍ଦନା ହରିଚନ୍ଦନ , କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ , ଡ଼ଃ ଅସିତ ଦାସ , ଏନ ଶ୍ରୀନିବାସ , ଏସିପି ବିଷ୍ଣୁ ପ୍ରସାଦ ପାତ୍ର ଏବଂ ସମାଜସେବୀ ଶୁଭଶ୍ରୀ ଦାଶ ପ୍ରମୁଖ ଯୋଗଦେଇଥିଲେ lଦିଶାର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ