ସାମାଜିକ ଗଣମାଧ୍ୟମ ସମ୍ମାନ ଓ ହିନ୍ଦୀ ଆଲବମ୍ ଜିଦ୍ଧର ପ୍ରିମିୟର ରିଲିଜ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମାଜିକ ଅନୁଷ୍ଠାନ ଦିଶା ଓଡ଼ିଶା ପକ୍ଷରୁ ସାମାଜିକ ଗଣମାଧ୍ୟମ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଗଣମାଧ୍ୟମକୁ ସଠିକ୍ ଢଙ୍ଗରେ ପରିଚାଳିତ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି, ସେଇ ବ୍ୟକ୍ତିବିଶେଷଙ୍କୁ ସାମାଜିକ ଗଣମାଧ୍ୟମ ସମ୍ମାନ ପ୍ରଦାନ କରାଯାଇଛି । ସାମାଜିକ ଗଣମାଧ୍ୟମରେ ସାମାଜିକ ସଚେତନତା, କବିତା, ଗପ, ସଙ୍ଗୀତ ଓ ସାମ୍ବାଦିକତା ପାଇଁ ପୋଷ୍ଟ କରି ଜନଜାଗରଣ ସୃଷ୍ଟି କରୁଛନ୍ତି, ସେଇଭଳି ୩୫ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । ଏହା ସହିତ ବିଓଏଫ୍ ପ୍ରଡକ୍ସନ୍ ପ୍ରଯୋଜିତ ହିନ୍ଦୀ ଆଲବମ୍ ଜିଦ୍ଧ ର ପ୍ରିମିୟର ରିଲିଜ୍ ଅନୁଷ୍ଠିତ ହୋଇଥିଲା । ଏହି ହିନ୍ଦୀ ଆଲବମ୍‌ରେ ଯାତ୍ରା କଳିଙ୍ଗ ଗଣନାଟ୍ୟର ନାୟକ ସଞ୍ଜୟ ମାଝୀ, ମଧୁସ୍ମିତା, ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା, ବୁଲୁ ପଣ୍ଡା ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଏହି ଗୀତରେ କଣ୍ଠଦାନ କରିଛନ୍ତି ଏନ୍ ଶ୍ରୀନିବାସ । ନିର୍ଦ୍ଦେଶନା ଦେଇଛନ୍ତି ବାପୁ ଓଝା ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସାମ୍ବାଦିକ ସତ୍ୟ ବିମଳ ମିଶ୍ର, ସମାଜସେବୀ ଡଃ ରୀନା ରାଉତରାୟ, ସମାଜସେବୀ ଶୁଭଶ୍ରୀ ଦାସ, ସମାଜସେବୀ ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଡଃ ଜୟଶ୍ରୀ ଧଳ, ଡଃ ଅସିତ ଦାସ, ଏନ୍ ଶ୍ରୀନିବାସ, ଏସିପି ବିଷ୍ଣୁପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଦିଶାର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ