କେନ୍ଦ୍ରାପଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପ୍ରବାଦ ପୁରୁଷ ବିଜୁବାବବୁଙ୍କର ମାନସପୁତ୍ର ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ମିତ୍ତଲ ଆଣ୍ଡ ନିପନ ଷ୍ଟିଲ ପୁଞ୍ଜି ନିବେଶ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଇଂ ସୈାମ୍ୟରଞ୍ଜନ ବିଶ୍ୱାଳ, ସଭାପତି ଆଇନଜୀବୀ ପ୍ରତାପ ମହାପାତ୍ର, ଉପଦେଷ୍ଟା ସାମ୍ବାଦିକ ପରେଶ ଦାସ, ଶିକ୍ଷାବିତ ପ୍ରଣବ କୁମାର ଜେନା, ସମାଜସେବୀ ଭଜକୃଷ୍ଣ ରାଉତ, ହଳଧର ଦାଶଙ୍କ ସମେତ ମଞ୍ଚର ସଦସ୍ୟ ପରିବେଶବିତ କାଶୀନାଥ ରାଉତରାୟ, ଅଭିମନ୍ୟୁ ରାଉତ, ବେଣୁଧର ନାୟକ, ମରୁତ ସ୍ୱାଇଁ, ଦୁଷ୍ମନ୍ତ କୁମାର ମଳିକ, ବୃନ୍ଦାବନ ସ୍ୱାଇଁ, ନାରାୟଣ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ପ୍ରଦୀପ ରଞ୍ଜନ ସୁତାର, ସୀତାକାନ୍ତ ରାଉଳ, ମଣୀ ପ୍ରସାଦ ଭୂୟାଁ, ଶିକ୍ଷାବିତ ଦିବାକର ଜେନା, ସୁରେନ୍ଦ୍ର ନାଥ ଦାସ ପ୍ରମୁଖ ମିତ୍ତଲ ଷ୍ଟିଲ କମ୍ପାନୀକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକଙ୍କ ସାଧୁ ଉଦ୍ୟମ ପାଇଁ ମଧ୍ୟ ସଚେତନ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଛା ଜଣାଇଛନ୍ତି ।


