ସ୍ମାର୍ଟକ୍ଲାସ ବୁଲି ଦେଖିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ଵାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଥିଲେ l ସାଙ୍ଗରେ ଉପ ଜିଲ୍ଲା ପାଳ ରାଜେନ୍ଦ୍ର ମିଞ୍ଜ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠି ଆସି ଛାତ୍ର, ଛାତ୍ରୀ ଙ୍କ ସହ ସ୍ମାର୍ଟ କ୍ଲାସ ଉପରେ କଥୋପକଥନ କରିଥିଲେ l ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଖଙ୍କ ଉଦ୍ୟମରେ ଗଞ୍ଜାମ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଏହା ହୋଇ ଛାତ୍ର, ଛାତ୍ରୀ ଙ୍କ ଶିକ୍ଷା ଗ୍ରହଣ ରେ ଗୁଣାତ୍ମକ ପରିବର୍ତନ ହୋଇପାରିଥିବା ଯୋଗୁଁ ଛାତ୍ର, ଛାତ୍ରୀ ଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ଙ୍କୁ କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଙ୍କ ଫୋଟ ଚିତ୍ର ସହ ଫୁଲତୋଡ଼ା ପ୍ରଦାନ କରି ସ୍ମୃତି ସ୍ୱରୂପ ଫୋଟ ଉଠାଇଥିଲେ l ସ୍ମାର୍ଟକ୍ଲାସ ଦ୍ୱାରା ପିଲାଙ୍କ ଶିକ୍ଷା ଗ୍ରହଣ ସହଜ, ସରଳ ଓ ବୋଧଗମ୍ୟ ହେବାସହ ଶିକ୍ଷାର ଗୁଣାତ୍ମକ ବିକାଶ ରେ ଏହା ସହାୟ ହୋଇ ପାରିବ ବୋଲି କହିଥିଲେ l ଏଥିସହ ଇ-ଲାଇବ୍ରେରୀ, ଲାବୋରଟାରୀ, ଶୌଚାଳୟ, ପାନୀୟଜଳ, ବିଦ୍ୟାଳୟ ରାସ୍ତା ଦେଖି ଆନନ୍ଦ ପ୍ରକାଶ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ଫୁଲତୋଡ଼ା ଓ ଉପଢ଼ଉକନ ପ୍ରଦାନ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଭ୍ୟ, ସଭ୍ୟା, ସରପଞ୍ଚ, ସମିତିସଭ୍ୟl, ଅଭିଭାବକ, ପୁରାତନ ଛାତ୍ର, ଗ୍ରାମ ବାସି ଓ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ