ଅଗ୍ନିଶମ ବିଭାଗ ପକ୍ଷରୁ ମେଡ଼ିକାଲରେ ମକଡ୍ରିଲ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଆପଦ କାଳିନୀ ପରିସ୍ଥିତିର ମୁକାବିଲା ଓ ଅଗ୍ନିକାଣ୍ଡରୁ ଆତ୍ମସୁରକ୍ଷା ଓ ଉଦ୍ଧାର କାଯ୍ୟ ପାଇଁ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ଅଗ୍ନିଶମ ଅଧିକାରୀ ଅନିଲ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ କର୍ମଚାରୀ ମାନେ ଅଗ୍ନିକାଣ୍ଡ ସମୟର ନିଜକୁ ସୁରକ୍ଷିତ ରଖିବା ସହ ରୋଗୀ ମାନଙ୍କୁ କିଭଳି ବଞ୍ଚାଯାଇ ପାରିବ ସେ ନେଇ ଡେମୋ ପ୍ରଦର୍ଶିତ କରିଥିଲେ। ଏଥିରେ ମେଡ଼ିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଡାକ୍ତର ନିବେଦିତା ମହାପାତ୍ର, ପି.ଲେଖାଶ୍ରୀ,ବୃନ୍ଦାବନ ଗୌଡ଼,ଚନ୍ଦନ ମେକାପ ଙ୍କ ସମେତ ମେଡ଼ିକାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ


