ଦ୍ୱାଦଶ ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ୍’ ଉଦ୍ଯାପିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କଳାଶ୍ରୀ ଆର୍ଟ ଏକାଡ଼େମୀ’ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ୮ ତାରିଖ ଶୁକ୍ରବାର ସନ୍ଧ୍ୟରେ ଭୁବନେଶ୍ୱର ଜୟଦେବ ଭବନଠାରେ ଦ୍ୱାଦଶ ସର୍ବଭାରତୀୟ ଯୋଗିନୀ ମହୋତ୍ସବ ‘ଝରିଏଲ୍’ ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଗୁରୁ ଆଲୋକ ଦାସ ଓ ମୀରା ପଣ୍ଡାଙ୍କ ପ୍ରଚେଷ୍ଟାରେ ଆୟୋଜିତ ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷା ଡ. ସଙ୍ଗୀତା ଗୋସାଇଁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କଳା ସଂଗଠକ ଶ୍ରୀଯୁକ୍ତ ଚନ୍ଦ୍ରଧ୍ୱଜ ସିଂଭୋଇ, କ୍ଲାପର ସଭାପତି ଡ଼ଃ ବିକାଶ ଦାସ, ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନର ଅଧ୍ୟକ୍ଷା ଇତିଶ୍ରୀ ମହାନ୍ତି, ପ୍ରଶାସକ ତଥା କଣ୍ଠଶିଳ୍ପୀ ଓ ଗୀତିକାର ଶ୍ରୀଯୁକ୍ତ ବିଶିକେଶନ ଦେହୁରୀ ଏବଂ ଉପଦେଷ୍ଟା ଦୀପକ ଦାସ ଯୋଗଦେଇ ଝରିଏଲ୍ ମହୋତ୍ସବ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲାର ପ୍ରାଚୀନ ଐତିହାସିକ ତନ୍ତ୍ରଯୋଗିନୀ ପୀଠ ରାଣୀପୁର ଝରିଏଲ୍ର ପ୍ର•ର, ପ୍ରସାର ହେଉଥିବାରୁ ଏହାର ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ସୁଶ୍ରୀ ଆରଧନା ଦାସ, ବେହେଲାରେ ରାଗ, ଭୀମ୍ପଲାସୀ ପରିବେଷଣ କରିଥିଲେ । ତବଲାରେ ସହଯୋଗ କରିଥିଲେ ଯୁବ ତବଲା ବାଦକ ସୁରେଶ କୁମାର ବେହେରା । ମଞ୍ଜୁଶ୍ରୀ ମିଶ୍ର, ମମତାମୟୀ ରାଉତରାୟ, ଇଂ ପ୍ରତାପ ଚନ୍ଦ୍ର ଆ•ର୍ଯ୍ୟ, ଶିଶୁ କଣ୍ଠଶିଳ୍ପୀ ସ୍ୱୟମ୍ ଏବଂ ସ୍ୱାଗତ କଣ୍ଠ ସଙ୍ଗୀତ ପରିବେଷଣ କରିଥିବା ବେଳେ ଯନ୍ତ୍ର ସଂଗୀତରେ ଜୀବନ ପ୍ରକାଶ ଦାସ, ରମେଶ ଚନ୍ଦ୍ର ସ୍ୱାଇଁ, ପି. ଉପେନ୍ଦ୍ର କୁମାର, ବିରଞ୍ôଚ ଅଂଶଗ୍ରହଣ କରିଥିଲେ । ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ସୁଶ୍ରୀ ମାନସୀ ମାଇତି, ପ୍ରଶାନ୍ତ କୁଅଁର, ସୁଚିତ୍ରା ପରିଚ୍ଛା, ସମିତା ପ୍ରଧାନ, ଗେରତୀ ଉଠାନସିଂହ ଏବଂ ଅନ୍ୟମାନେ । କାର୍ଯ୍ୟକ୍ରମକୁ ସଂଯେଜାନା କରିଥିଲେ ଯୁବ ସଂଯୋଜକ ବବୁଲ୍ ମହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ