ଧାନମଳା ଟ୍ରାକ୍ଟର ସହ ଟ୍ରକ୍ ମୁହାଁମୁହିଁ; ଦୁଇ ଗୁରୁତର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶୁକ୍ରବାର ରାତିରେ ଏକ ଧାନମଳା ଟ୍ରାକ୍ଟର ସହ ଏକ ଟ୍ରକ୍ ମୁହାଁମୁହିଁ ହେବା ଟ୍ରାକ୍ଟରରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି I ସୂଚନା ପ୍ରକାରେ ଶୁକ୍ରବାର ରାତି ପ୍ରାୟ ୧୦ ଘଣ୍ଟା ୪୫ ମିନିଟ୍ ସମୟରେ ଏକ ଧାନମଳା ମେସିନ୍ ଲାଗିଥିବା ଟ୍ରାକ୍ଟର୍ ଭଞ୍ଜନଗର ପଟୁ ଆସ୍କା ଅଭିମୁଖେ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡ଼ା ଛକ ଏବଂ ଆମ୍ବଡୋଳି ଛକ ମଝିରେ ବିପରୀତ ଦିଗରୁ ଆସୁଥିବା OD04E7437 ନମ୍ବର୍ ବିଶିଷ୍ଟ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା I ଟ୍ରକ୍ ଧକ୍କା ଫଳରେ ଧାନମଳା ମେସିନ୍ ରୁ ଟ୍ରାକ୍ଟର୍ ଟି ଅଲଗା ହୋଇଯାଇ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା I ଟ୍ରାକ୍ଟରରେ ବସିଥିବା ବୋରୀ ଗ୍ରାମର କାମ ବିଶ୍ୱାଳଙ୍କ ପୁଅ ଜହଲା ବିଶ୍ୱାଳ ଏବଂ ମୂରଲୀ ବିଷୋୟୀଙ୍କ ପୁଅ ଦିଲ୍ଲୀପ ବିଷୋୟୀ ଗୁରୁତର ଆହତ ହୋଇଥିଲେ I ଉଭୟଙ୍କ ହାତ ଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I କିଛି ସ୍ଥାନୀୟ ଲୋକେ ଦୁଇଟି ଆମ୍ବୁଲାନ୍ସ୍ ଡକାଇ ଉଭୟ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଦେଇଥିଲେ I ଘଟଣା ସମ୍ପର୍କରେ ଆଜି ସନ୍ଧ୍ୟା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଦୁର୍ଘଟଣା ଖବର ପାଇବା ପରେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳ ପରିଦର୍ଶନ କରିଥିବା ସୂଚନା ମିଳିଛି I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ