ଚନ୍ଦ୍ରଭାଗା ବେଳାମାର୍ଗ ଓ ନବଗ୍ରହ ଠାରେ ମେଗା  ସଫେଇ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗୋପ ଓ କୋଣାର୍କ ବନ ବିଭାଗର ମିଳିତ ସହଯୋଗରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ନବଗ୍ରହ ପୀଠ ଓ ଅଲିଭ ରିଡ଼େଲର ଏନ୍ତୁଡ଼ି ଶାଳ ଚନ୍ଦ୍ରଭାଗା ବେଳାମାର୍ଗ ର ସାହୁଖଣତା ଠାରୁ ତେଲୁଗୁ ବସ୍ତି ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ କୋଣାର୍କ ଥାନାଧିକାରୀ ରଂଜନ କୁମାର ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେବକର ସଭାପତି ଆଲୋକ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଫ୍ରେଣ୍ଡସ କ୍ଲବର ସଭାପତି ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ବନ ବିଭାଗର ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା, ସତ୍ୟସାଇ ସେବା ସଂଗଠନ ର ଆବାହକ ବାମଦେବ ଆଳୁକ ପ୍ରମୁଖ ଯୋଗ ଦେଇ ପ୍ଲାଷ୍ଟିକ ମୁକ୍ତ କୋଣାର୍କ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବେଳମାର୍ଗରେ ପର୍ଯ୍ୟଟନ ମାନଙ୍କ ଦ୍ୱାରା ପଡି ରହିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଓ ଆବର୍ଜନା ଗୁଡିକୁ ସେବକର କର୍ମୀମାନେ ସଫେଇ କରିଥିଲେ । ନବଗ୍ରହ ପୀଠ ରେ ପଡିଥିବା କୁଢ଼ କୁଢ଼ ଆବର୍ଜନାକୁ ସଦସ୍ୟମାନେ ସଫେଇ କରି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୌମ୍ୟ ରଞ୍ଜନ ମହାପାତ୍ର,କ୍ଷେତ୍ର ମୋହନ ମହାନ୍ତି, ନୀଳମଣି ପ୍ରଧାନ, ସୁଜିତ କୁମାର ମୁଖୀ, ସମାଜସେବୀ ନିରଞ୍ଜନ ତ୍ରିପାଠୀ, ନିହାର ରଞ୍ଜନ ବାରିକ କେଦାର ନାଥ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ