ପୋଲସରାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରମାଣ ପତ୍ର ବଣ୍ଟନ

ପୋଲସରା, (ଅନିଲ କୁମାର ମହାରଣା):ଅଣସଙ୍ଗଠିତ ଶ୍ରମିକମାନଙ୍କ ନାମ ପଞ୍ଜିକୃତ କରି ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସହଯୋଗ ଓ ସୁବିଧା ପ୍ରଦାନ ଯାଉଛି। ପଞ୍ଜିକୃତ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ସହ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରମିକମାନଙ୍କ ଶିଶୁମାନଙ୍କ ପାଠପଢା ଓ ଝିଅ ମାନଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ବହୁ ନିର୍ମାଣ ଶ୍ରମିକ ଅଦ୍ୟାବଧି ନାମ ପଞ୍ଜିକରଣ କରିପାରି ନାହାଁନ୍ତି। ସେହିପରି କେତେକ ଶ୍ରମିକଙ୍କୁ ଡିସେମ୍ବର ୨୦ ତାରିଖ ଦିନ ଶ୍ରମିକ ପ୍ରମାଣ ପତ୍ର ପୋଲସରା ସମିତି ସଭାଗୃହରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଞ୍ଜିକୃତ ଶ୍ରମିକମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ପୋଲସରା ବିଡ଼ିଓ ସୁରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶ୍ରମିକ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସହକାରୀ ଶ୍ରମ ପରିଦର୍ଶିକା ରଶ୍ମି ପଣ୍ଡା, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଓ ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ପ୍ରମୁଖ ଯୋଗଦେଇଥିଲେ। ବ୍ଲକ କର୍ମଚାରୀ ବୃନ୍ଦ ଶ୍ରମିକ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ