ପୋଖରୀରୁ ନାବାଳକ ଙ୍କ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ପଞ୍ଚାୟତ ବାଲିଆ ଗ୍ରାମ ପୋଖରୀରୁ ବୁଧବାର ଜଣେ ନାବାଳକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ସେ ହେଲେ ବାଲିଆ ଗ୍ରାମର ଡାକ ଗୌଡ଼ ଙ୍କ ପୁଅ ସତ୍ୟ ନାରାୟଣ ଗୌଡ଼ (୫) l ସତ୍ୟ ନାରାୟଣ ପୋଖରୀ କୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଭିତରକୁ ଚାଲିଯାଇଥିଲେ l ସତ୍ୟ ଘରକୁ ନଫେରିବାରୁ ପରିବାର ଲୋକେ ପୋଖରୀକୁ ଯାଇ ଖୋଜାଖୋଜି କରି ସତ୍ୟକୁ ଉଦ୍ଧାର କରି ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ହିଞ୍ଜିଳି ପୋଲିସ ଡାକ୍ତର ଖାନରେ ପହଞ୍ଚି ମୃତ ଦେହ ଜବତ କରି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି l