ଚନ୍ଦନ ପଣ୍ଡାଙ୍କୁ ପ୍ରକୃତ୍ତି ବନ୍ଧୁ ସମ୍ମାନ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଚନ୍ଦନ ପଣ୍ଡାଙ୍କୁ ଓଡିଶା ସରକାରଙ୍କ ଜଂଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ୨୦୨୦-୨୧ ବର୍ଷ ପାଇଁ ପ୍ରକୃତ୍ତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଏଥିଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆନନ୍ଦପୁର ବନଖଣ୍ଡ ଅଧିକାରୀ ଅଜିତ କୁମାର ସତପଥି, ଆନନ୍ଦପୁର ବାନଞ୍ଚଳ ଅଧିକାରୀ ସୁମନ ମାଝୀ, ଦେଓଗାଁ ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର ନାଥ ହେମ୍ରମ ଓ କନିଷ୍ଠ ଲେଖାପାଳ ହିମାଶୁ ଶେଖର ବଳ ପ୍ରମୁଖ ଯୋଗଦେଇ ଜଂଗଲ ବିଭାଗ ପ୍ରଦତ୍ତ ମାନପତ୍ର ପ୍ରଦାନ କରିଥିଲେ । ପୁରସ୍କାର ପ୍ରୋତ୍ସାହନ ରାଶିକୁ ବନ୍ୟଜନ୍ତୁ ସଂରକ୍ଷଣ ଓ ପ୍ରକୃତ୍ତିମା’ର ସୁରକ୍ଷା ସହ ପରୋପକାରରେ ବିନିଯୋଗ କରିବେ ବୋଲି ଚନ୍ଦନ ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ସତପଥି ଆଗକୁ ଗ୍ରୀଷ୍ମଋତୁ ଆସୁଥିବାରୁ ଜଂଗଳରେ ନିଆଁ ନଲଗାଇବା ପାଇଁ ସଚେତନତା ଓ ବନ୍ୟପ୍ରାଣୀଙ୍କର ସୁରକ୍ଷା ସହ ମୌସୁମୀର ପ୍ରାରମ୍ଭରେ ନୁତନ ଜଂଗଲ ସୃଷ୍ଟି ପାଇଁ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ପୁରସ୍କାର ଆଗକୁ ବଢ଼ିବାର ପ୍ରେରଣା ଦିଏ ଓ ଏହା ଏକ ନୁଆ ଦାୟିତ୍ୱ, ତେଣୁ ଆପଣମାନେ ଅଧିକରୁ ଅଧିକ ଆକର୍ଷଣୀୟ ଓ ଉଲେଖନୀୟ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେଇଥିଲେ । ସୁଚନାଯୋଗ୍ୟ ଯେ ଚନ୍ଦନ ପଣ୍ଡା ଜଣେ ଏକାଧାରରେ କବି ଓ ସାହିତ୍ୟିକ ଭାବେ ପରିଚିତ ଥିବାବେଳେ ସେ ଓଡିଆରେ ସ୍ମାତକୋତ୍ତର ହାସଲ କରିଛନ୍ତି । ସାମ୍ବାଦିକତାରେ ସେ ସ୍ନାତୋକତ୍ତର ହାସଲ ପରେ ସେ ଏବେ ସାମ୍ବାଦିକତା କରୁଛନ୍ତି । ସେ ନିଜ ଗାଁରେ ଇଞ୍ଚୋଳ ବିକାଶ ମଞ୍ଚ ଗଠନ କରିବା ସହିତ ଏହାର ମାଧ୍ୟମରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ, ପଥପ୍ରାପ୍ତ ବନୀକରଣ, ଗୋ ସମ୍ପଦର ସୁରକ୍ଷା, ରକ୍ତଦାନ ଶିବିର, ଜଳଛତ୍ର, ଗଛରେ ଚଢ଼େଇ ମାନଙ୍କ ପାଇଁ ଖାଦ୍ୟ ପାନୀୟ ବାକ୍ସ ସ୍ଥାପନ, ଜଳବାୟୁ ପରିବର୍ତ୍ତନ ଓ ଚଳସଂରକ୍ଷଣ, ନୁତନ ଜଂଗଲ ସୃଷ୍ଟି, ପ୍ଲାଷ୍ଟିକ ବର୍ଜନ ସଂକ୍ରାନ୍ତୀୟ କର୍ମଶାଳା, ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା ଆୟୋଜନ କରିବା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଅନବରତ ଚେଷ୍ଟା କରିଆସୁଛନ୍ତି । ପରିବେଶରେ ଯେପରି ଅମ୍ଳଜାନର ଅଭାବ ନରୁହେ ସେଥିପାଇଁ ନିଜେ ଚାରା ରୋପଣ କରିବା ସହିତ ବିଭିନ୍ନ ବିବାହ, ବ୍ରତ ଓ ଜନ୍ମଦିନ ମାନଙ୍କରେ ଚାରା ଉପହାର କରି ଲୋକମାନଙ୍କୁ ସଚେତନ କରିଆସୁଛନ୍ତି । ଏହି ପୁରସ୍କାର ପାଇବାପରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ, ପରିବେଶ ପ୍ରେମୀ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ