ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ, ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ, ଅବସରପ୍ରାପ୍ତ ତଥା ବରିଷ୍ଠ ନାଗରିକ ସମାଜର ଅପରିହାର୍ଯ୍ୟ ବ୍ୟକ୍ତିତ୍ୱ । କିନ୍ତୁ ଆଜିର ସମାଜରେ ପୁଅମାନେ ବାପମାନଙ୍କୁ ପଚାରୁ ନାହାଁନ୍ତି । ତେଣୁ ପିତାମାତା ଭଗବାନ ସଦୃଶ, ସେ ତାଙ୍କ ନିଜର ପୁଅମାନଙ୍କୁ ପାଖରେ ରଖି ପିତାପୁତ୍ରର ସମ୍ପର୍କ ବଢାଇଛନ୍ତି । ସଂଘର ସଭାପତି ବିଶ୍ୱନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଗତ ୨୯.୦୭.୨୦୨୧ରିଖ ଓଡ଼ିଶାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୧ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ଅନୁରୋଧ କରାଯାଇଥିଲା ଏବଂ ଦୁର୍ଗାପୂଜା ଭେଟି ସ୍ୱରୂପ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଂଘର ଅନୁରୋଧକୁ ରକ୍ଷା କରି ଓଡ଼ିଶାର ଚାରିଲକ୍ଷ କର୍ମଚାରୀ ଓ ସାଢେ ତିନିଲକ୍ଷ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୧୧ପ୍ରତିଶତ ମହାଙ୍ଗା ଭତ୍ତା ପ୍ରଦାନ କରିଥିବାରୁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ପ୍ରକାଶଥାଉକି, ସଂଘ ବିଭିନ୍ନ ଜନସେବା କାର୍ଯ୍ୟରେ ରହିବା ସହ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସୁଛି । ଏହି ଉତ୍ସବରେ ସମ୍ବଲପୁର, ବାରିପଦା, ବ୍ରହ୍ମପୁର ଓ ଭୁବନେଶ୍ୱରର ସମସ୍ତ ଜୋନ୍ ଅଫିସ୍‌ର କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ତାକ୍ଷରୀ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚକାନୟନ ଭଜନ ସନ୍ଧ୍ୟା ମଣ୍ଡଳୀ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଉତ୍ସବକୁ ଚକ୍ରଧର ସାହୁ, ଜ୍ଞାନରଞ୍ଜନ ମହାନ୍ତି, ରମେଶ ମିଶ୍ର, ପ୍ରହଲ୍ଲାଦ ଜେନା, ଅଶୋକ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଧୀରେନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ