ଆମ୍ବାଜରି ବିଦ୍ୟୁତ ସବ୍ ଷ୍ଟେସନ୍ ନୂତନ ଭାବେ କରିବାକୁ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ସରକାର ବିଦ୍ୟୁତ ବିଭାଗରେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ। ଗୁମ୍ମା ବ୍ଲକରେ ଓଡ଼ିଏସଏସପି ଯୋଜନାରେ ଗାଇବା ଓ ଆମ୍ବାଜରିରେ ନୂତନ ଭାବେ ୩୩/୧୧କେଭି ନୂଆ ସବ୍ ଷ୍ଟେସନ ପାଇଁ ଭିତ୍ତି ପ୍ରସ୍ତର କରାଯାଇଛି । ଉକ୍ତ ଯୋଜନା ୨୦୧୪ ମସିହାରୁ ଗୃହୀତ ହେଲ ମଧ୍ୟ ବର୍ତମାନ ସୁଦ୍ଧା କାର୍ଯ୍ୟ ସପର୍ଣ୍ଣ ହେଇ ପାରିନାହିଁ । ସରକାରଙ୍କ ନିୟମ ଅନୁସାରେ ପ୍ରତି ୨୦ମିଟର ଦୂରତାରେ ଗୋଟିଏ ୩୩/୧୧କେଭି ସବ୍ ଷ୍ଟେସନ ରଖାଯିବ । କିନ୍ତୁ ଦୁଃଖର ବିଷୟ ଗୁମ୍ମା ବ୍ଲକରେ ୧୬ହଜାର ୮ସହ ଉପଭୋକ୍ତା ଥିଲେ ମଧ୍ୟ ଏକ ଗୁମ୍ମାଠାରୁ ୩୩/୧୧କେଭି ସବ ଷ୍ଟେସନ ଦ୍ୱାରା ବିଜୁଳି ଯୋଗାଣ ଚାଲିଛି । ଉକ୍ତ ସବ ଷ୍ଟେସନରୁ ଗାଇବା ଫିଡୋରର ଲମ୍ବା ୧୫୦କିଲୋମିଟର ଏବଂ ୫ହଜାର ୮ସହ ଗରାଖ ଯାହାକି ୬ଟି ପଞ୍ଚାୟତର ଲୋକଙ୍କୁ ବହୁତ ଅସୁଭିଧାର ଶିଖାର ହେବାକୁ ପଡ଼ୁଛି । ସେହିପରି ଗାଇବା ଠାରେ ବି ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ଏହାକୁ ଚତୁର୍ଥ ପ୍ରଜାୟରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଧାରଣ କରା ଯାଇଥିଲା। ସେହିପରି ରୁରାଲ ଫିଡୋରର ଲମ୍ବା ୧୮୦କିଲୋମିଟର ରହିଥିଲେ ମଧ୍ୟ ଆମ୍ବଝିରି ଠାରେ ଜମି ଅଧିଗ୍ରହଣ କରାଯାଇଥିଲେ ମଧ୍ୟ ନୂତନ ସବ୍ ଷ୍ଟେସନ ହେଇପାରୁନି । ଏହି ଅଞ୍ଚଳରେ ୪ଟି ପଞ୍ଚାୟତ ଲୋକେ ପାରଳାଖେମୁଣ୍ଡି ସବ୍ ଷ୍ଟେସନ ଉପରେ ନିର୍ଭରଶୀଳ । କୌଣସି କାରଣରୁ ଗୋଟିଏ ଗାଁରେ ବିଜୁଳି ଚାଲିଗଲେ ସମସ୍ତ ଅଞ୍ଚଳରେ ଅନ୍ଧାର ଭିତରେ । ଏହି ଜମି ଅଧିଗ୍ରହଣ ୭ବର୍ଷ ହେଲା କରାଯାଇଛି କିନ୍ତୁ ଓପିଟିସିଏଲ ନାମକ ସରକାରୀ ସଂସ୍ଥା ଏବେ ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟ ଆରମ୍ଭ କରୁନି । ସେପଡ଼େ ଗୁମ୍ମା ବ୍ଲକ ସଦର ମହକୁମାରେ ରହିଥିବା ବେଳେ ଗୁମ୍ମାରେ ସ୍ୱତନ୍ତ୍ର ଫିଡର୍ ହେବା କଥା କିନ୍ତୁ ଏନେଇ ଅନେକ ଧର ଖବର କାଗଜରେ ପ୍ରକାଶ ପାଇବା ପରେ ମଧ୍ୟ ସେରଙ୍ଗ ସବ୍ ଷ୍ଟେସନ ସହିତ ଜଡିତ । ଏନେଇ ସାଧାରଣରେ ଜନ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି କାର୍ଯ୍ୟକୁ ନୂତନ ଭାବେ କରା ନ ଯାଏ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।


