ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସହରର ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ସାହୁଙ୍କ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।ଗତ କିଛି ଦିନ ହେବ ବାର୍ଷିକ୍ୟ ଜନିତ ରୋଗରେ ପିଡୀତ ଥିଲେ ।ସେ ବେଲଗୁଣ୍ଠା ଜି.ଟି ହାଇସ୍କୁଲରେ ଶିକ୍ଷକତା କରି ୧୯୯୬ ମସିହାରେ ଅବସର ଗ୍ରହଣ କରିଥିଲେ ।ସେ ଜଣେ ଛାତ୍ରବତ୍ସଳ,ମେଳାପୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସୁପରିଚିତ ଥିଲେ ।ଭଗବାନ ସତ୍ୟ ସାଇ ସେବା ସମିତିର ନିୟମିତ ସଦସ୍ୟ ରହି ଆସିଥିଲେ ।ସେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ଉପସଭାପତି ପ୍ରଭାତ କୁମାର ସାହୁଙ୍କ ବଡବାପା ଅଟନ୍ତି ।ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ ପବିତ୍ର, ସତ୍ୟବାନ,ପୁଷ୍ପା,ପୁତୁରା ପ୍ରକାଶ, ଦୂତୀକୃଷ୍ଣ,ଶ୍ରୀକାନ୍ତ,ବାବୁ,ଆଶିଷ ଓ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ସତ୍ୟ ସାଇ ସେବା ସମିତି ଓ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ସାନ ପୁଅ ସତ୍ୟବାନ ମୁଖାଗ୍ନି ଦେଇଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ