ଗୁମ୍ମାରେ ସୁଯଗ୍ୟ ମେମୋରିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହଇଯାଇଛି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ସୁଯୋଗରେ କ୍ରୀଡ଼ାରେ ବିପ୍ଳବ ଆଣିବା ପାଇଁ ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରେ କ୍ରୀଡ଼ା ଉନ୍ନତି ପାଇଁ । ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ସ୍ଥାନୀୟ ମିନି ଷ୍ଟାଡିୟମରେ ସୁଯଗ୍ୟ ମେମୋରିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହାଇଡ଼େକ ମେଡ଼ିକାଲର ଏମଡ଼ି ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ବିଜେଡ଼ି ନେତା ମାରୁତ ପାଳ, ବରିଷ୍ଠ ନେତା ବସନ୍ତ ଦାସ, ଡ଼ି ଆପାରାଓ, କ୍ରୀଡ଼ା ବୀତ ଦେବାଶିଷ ପାଢ଼ୀ, ପ୍ରଦୀପ ପଟ୍ଟନାୟକ, ସୁବାସୀଷ ପଟ୍ଟନାୟକ, ବିମଳ କୁମାର ଦଳାଇ, ବାବୁନା ଜେନା, ସୁରେନ୍ଦ୍ର ପାଳ ଓ କୋନେଶ୍ୱ ଗୋୖଉଡ଼ ଉପସ୍ଥିତ ରହି ଖେଳ ଆରମ୍ଭ କରିଥିଲେ । ବରିଷ୍ଠ ନେତା ବସନ୍ତ ଦାସଙ୍କ କହିବା ଅନୁଯାୟୀ ସୁଯଗ୍ୟ ସିଂ ଜଣେ ଗୁମ୍ମା ଅଞ୍ଚଳରେ ସୁନାମ ଅର୍ଜନ ଖେଳାଳି ତାଙ୍କ ନାମ ଗଞ୍ଜାମ ଜିଲ୍ଲାରେ ଭଳିବଲ ଖେଳାଳି ଭାବେ ପରିଚିତ ତାଙ୍କୁ ମନେ ପକାଇବା ପାଇଁ ଏହି ଆୟୋଜନକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଖେଳରେ ୮ଟି ଦୋଳ ନୂଆଗୋଡ଼, ଗାଇବା, ଗୁମ୍ମା, ଖିଙ୍ଗା, ଭାଗ ନେଇଥିବା ବେଳେ ପ୍ରଥମ ଦିନରେ ନୂଆଗୋଡ଼ ଓ ଗାଇବା ମଧ୍ୟରେ ଖେଳା ଯାଇଛି ଏଥିରେ ନୂଆଗୋଡ଼ ଦୋଳ (୧୦୭)ଗାଇବା ଦଳ(୭୯)କୁ ପରାସ୍ତ କରି ୨୮ ରନରେ ନୂଆଗଡ଼ ବିଜୟୀ ହାସଲ ହୋଇଛନ୍ତି । ସେହି ପରି କାର୍ଯ୍ୟକ୍ରମକୁ ପ୍ରୀତମ ପାଳ, ତରୁଣ ବାଣୀ, ଅର୍ପଣ ପାଣି, ମଇକେଲ ଷଡ଼ଙ୍ଗୀ, ନିରୋଜ ଷଡ଼ଙ୍ଗୀ ଓ ଯୁବ ପିଡ଼ି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ