ମମିତା ମେହେରଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଚିଠି

ଛତ୍ରପୁର, (ଦେବଦତ୍ତ ମହାରଣା) : ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ସାରା ରାଜ୍ୟରୁ ଡାକ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି । ଏହି ଅଭିଯାନରେ ସାମିଲ ହୋଇଛନ୍ତି ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀ ମାନେ । ମଙ୍ଗଳବାର ବିଜେପି କର୍ମକର୍ତ୍ତା ମାନେ ସଂପୃକ୍ତ ଚିଠିକୁ ଛତ୍ରପୁର ମୁଖ୍ୟ ଡାକ ଘରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ଅନୁସୂଚିତ ଜାତିର ସଭାପତି ପ୍ରଶାନ୍ତ କରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ପାଢୀ ଓ ରାମଚନ୍ଦ୍ର ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚାର ସମ୍ପାଦକ ଡି. ସୁରଶେ ରେଡ୍ଡି, ଯୁବ ମୋର୍ଚ୍ଚା ଛତ୍ରପୁର ସଭାପତି ରିତାଶ କୁମାର ସେନାପତି, ସୁଶୀଳ ଦାସ, ସନ୍ତୋଷ ପାଣିଗ୍ରାହୀ, ଜି. ମନୋଜ ରେଡ୍ଡିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ