ଫର୍ମ ଫିଲପ ଫିସ ବୃଦ୍ଧି ନେଇ ଉପଜିଲ୍ଲାପାଳ ଙ୍କୁ ଛାତ୍ରଛାତ୍ରୀଙ୍କ ଫେରାଦ 

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କ ଫର୍ମ ଫିଲପ ଫିସ କୁ କଲେଜ ପକ୍ଷରୁ ବୃଦ୍ଧି କରାଯାଇଛି। ଫଳରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ମଙ୍ଗଳବାର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଫର୍ମ ଫିଲପ ଫିସ ୬୧୦ ଟଙ୍କା ରହିଥିବା ବେଳେ କଲେଜ କତ୍ତୃପକ୍ଷ ୯୬୦ ଟଙ୍କା ଧାଯ୍ୟ କରିଛନ୍ତି।କଲେଜ ରେ ଦୀର୍ଘ ୬ମାସ ଧରି  ଟିଉସନ ହୋଇନଥିବା ବେଳେ କତ୍ତୃପକ୍ଷ ଟିଉସନ ଫିସ ବାବଦ କୁ ଅଧିକା ବଳକା ଟଙ୍କା ନେଉଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଅନ୍ୟ କଲେଜ ମାନଙ୍କରେ ଫିସ ବହୁତ କମ ରହିଥିବା ବେଳେ ଜଗନ୍ନାଥ ପ୍ରସାଦ କଲେଜ ରେ ଅଧିକା କଣ ପାଇଁ ନିଆ ଯାଉଛି ବୋଲି ଛାତ୍ରଛାତ୍ରୀ ମାନେ ଉପଜିଲ୍ଲାପାଳ ଙ୍କୁ କହିବା ସହିତ ବହୁ ଛାତ୍ରଛାତ୍ରୀ ଚାଷୀ ଓ ଗରିବ ଶ୍ରେଣୀର ହୋଇଥିବା ରୁ ଏଥି ପ୍ରତି ନଜର ଦେଇ ଫିସ କମାଇବାକୁ ଉପଜିଲ୍ଲାପାଳ ଙ୍କୁ  ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ