ନାବାଳିକାକୁ ଚେନ୍ନାଇରୁ ଉଦ୍ଧାର କଲା ନନ୍ଦିପଦା ପୋଲିସ
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ତତ୍ୱାବଧାନ ରେ ପୋଲିସର ଏକ ଟିମ ନିଖୋଜ ଥିବା ଜଣେ ନାବାଳିକାକୁ ଚେନ୍ନାଇରୁ ଗତ ସେପ୍ଟେମ୍ବର ୮ ରେ ଉଦ୍ଧାର କରିଛି l ସୂଚନା ଯୋଗ୍ୟ, ନାବାଳିକା ଜଣକ ଦଶମ ପରୀକ୍ଷା ପରେ ଗତ ୨୦୨୪ ରେ ନିଖୋଜ ହୋଇ ଯାଇଥିଲେ l ପରିବାର ତରଫରୁ ଅଭିଯୋଗ ହେବା ପରେ ପୋଲିସ ୨୦୭/୨୪ ରେ ଏକ ମାମଲା ପଞ୍ଜିକରଣ କରିଥିଲା l ତଦନ୍ତକାରୀ ଅଧିକାରୀ ପ୍ରବୋଧ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ନାବାଳିକା ଜଣକୁ ଉଦ୍ଧାର ପରେ ଡାକ୍ତରୀ ପରୀକ୍ଷା କରାଯିବା ସହ ସ୍ଥାନୀୟ କୋର୍ଟଙ୍କ ନିକଟରେ ହାଜର କରାଯାଇଥିଲା l ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l


