ନେହେରୁ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଯୁବ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୂକୂଲ୍ଯରେ ଗଞ୍ଜାମ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଯୁବକମାନଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି I ଏହି ଅବସରରେ କ୍ଷତ୍ରିୟବରପୁର ଏମସିସି ସେଣ୍ଟରରେ ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସମୟରେ କମ୍ପ୍ୟୁଟର ଜ୍ଞାନ କୌଶଳର ଉପାଦେୟତା ସମ୍ପର୍କରେ ସଚେତନ କରାଯିବା ସହିତ କମ୍ପ୍ୟୁଟର ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ କନକ ମଞ୍ଜରୀ ନାୟକ ସହଯୋଗ କରିଥିଲେ I ସେହିପରି କ୍ଷତ୍ରିୟବରପୁରରେ ଶାସନ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସଞ୍ଜୟ ପ୍ରଧାନ,ସାମାଜିକ କର୍ମୀ ହରିକୃଷ୍ଣ ନାୟକ, ବ୍ୟାଙ୍କ କର୍ମଚାରୀ ଧୋବା ନାୟକଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକି ପାଳନ ଅବସରରେ ଉପସ୍ଥିତ ଯୁବକମାନଙ୍କୁ ବାଜପେୟୀଙ୍କ ଊତ୍ତମ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦିଆଯାଇଥିଲା I ବେଲଗୁଣ୍ଠା ବ୍ଳକ୍ ଆମ୍ବବାଲି ଗ୍ରାମରେ ଗ୍ରାମର ଯୁବକ ମାନଙ୍କୁ ନେଇ ସ୍ଵଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବା ସହିତ ଗ୍ରାମ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମରେ ନୁଣିପଡ଼ା ଓଁ ମାଆ ନାରାୟଣୀ ଯୁବ ସଂଘର ସ୍ଵେଚ୍ଛାସେବୀ ମାନେ ସହଯୋଗ କରିଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ବେଲଗୁଣ୍ଠା ବ୍ଳକ୍ ସଂଯୋଜିକା ଦିପ୍ତିମୟୀ ବେହେରା କାର୍ଯ୍ୟକ୍ରମ ଗୁଡ଼ିକର ସଂଯୋଜନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ