ବିଜେଡିର ୪୬ ନମ୍ବର ଜୋନ ସ୍ତରୀୟ ମିଶ୍ରଣ ପର୍ବ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ବ୍ଲକର ୪୬ ନମ୍ବର ଜୋନର ବିଜେଡିର କର୍ମି ସମ୍ମିଳନୀ ଓ ମିଶ୍ରଣ ପର୍ବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସଂଯୋଜିକା ପ୍ରୀତିନନ୍ଦା କାନୁନଗୋ, ମୋରଡା ବିଧାୟକ ରାଜ କିଶୋର ଦାସ, ବାସନ୍ତୀ ମାରାଣ୍ଡୀ, ନୀନା ଦାସ, ସୁରାଇ ମୁର୍ମୁ, ଯୋନାଲ ସଂଯୋଯକ ଦିପ୍ତୀମାନ ବଳ, ବ୍ଲକ ପର୍ଯ୍ୟବେକ୍ଷକ ହରିଶ ନାୟକ, ସଦର ଜିଲ୍ଲା ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ, ସଦର ଜିଲ୍ଲା ମହିଳା ନେତ୍ରୀ ତନୁଜା ମହାନ୍ତ, ଶାଶ୍ୱତ ବଳ, ଯୁବ ସଂପାଦକ ଆହ୍ୱାନ ପଟନାୟକ, ବିଦ୍ୟୁତ ସେଠୀ, ଲକ୍ଷ୍ମଣ ଟୁଡୁ, ବିଜୁ ଛାତ୍ର ଜନତା ଉପସଭାପତି ସିତୁ ପଟନାୟକ, ସୌମ୍ୟ ରଂଜନ ଦାସ,ଵନ୍ଧନ ବଳ ପ୍ରମୁଖ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ । ଦଳର ନେତୃବୃନ୍ଦ ଚିର ବନ୍ୟା, ମରୁଡି ପ୍ରପୀଡିତ ଓଡିଶାର ବିକାଶ ପାଇଁ ନବୀନ ସରକାରଙ୍କର ପ୍ରତିବଦ୍ଧତା ରହିଛି । ଓଡିଶା ଏକ ବିକଶିତ ରାଜ୍ୟ ହେବାକୁ ଯାଉଛି । ଶତାଧିକ ଯୋଜନା କରି ଓଡିଶାର ଲୋକଙ୍କୁ ଅଭାବୀ ଯନ୍ତ୍ରଣା ମୁଖ ଜୀବନରୁ ମୁକ୍ତି କରୁଛନ୍ତି । ମିଶନ ଶକ୍ତି, ଜଳ ଶକ୍ତି, କୃଷି ଯୋଜନା, ଶ୍ରମ କଲ୍ୟାଣ ଯୋଜନା, ହକର ଯୋଜନା, ଦିବ୍ୟାଙ୍ଗ ଯୋଜନା,ମେଡିକାଲ କଲେଜ ପ୍ରତିଷ୍ଠା, ବିଶ୍ୱ ହକି ଅପ୍ ଆୟୋଜନ କରି ସାରା ବିଶ୍ୱରେ ଓଡିଶାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା, ମନ୍ଦିର ପୁନର୍ବିନ୍ୟାସ, ପୁରୀ, କୋଣାର୍କ ଲିଙ୍ଗରାଜ ଏବଂଵିଭିନ୍ନ ଜଗନ୍ନାଥ ମନ୍ଦିର ଦେବୀପୀଠର ଉନ୍ନତିକରଣ, ଶିକ୍ଷାନୁଷ୍ଠାନର ରୂପାନ୍ତକରଣ, ମେଡିକାଲର ଭିତ୍ତିଭୂମି ସୁଦୃଢ, ଗମନା ଗମନ ବିକାଶ, ଘରକୁ ଘର ବିଜୁଳି, ପାଣି ପହଞ୍ଚ ଭଳି ଵହୁ ଯୋଜନା ପ୍ରଣୟନ କରି ଗରୀବଙ୍କ ନିକଟତର ହୋଇଛନ୍ତି ଵୋଲି ବକ୍ତବ୍ୟ ରଖିଥିଲେ ।ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମସ୍ତ ବିଜୁପ୍ରେମୀ ଏକାଠି ହୋଇ ବିଜେଡିକୁ ଜିତାଇବା ପାଇଁ ଶଙ୍କଳ୍ପ ଵୋଧ ହୋଇଥିଲେ । ପରେ ରାଜ୍ୟ ଆଇଟି ସେଲ ଅଧ୍ୟକ୍ଷ ସୁବ୍ରତ ଛାଟୋଇ ଯୋଗ ଦେଇ କର୍ମିମାନଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ମି ସମ୍ମିଳନୀରେ ବିଭିନ୍ନ ଦଳରୁ ଆସି ବିଜେଡିରେ ସାମିଲ ହୋଇଥିଲେ । ଦଳ ତରଫରୁ ସେମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ