ଅସହାୟ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) :ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିପୁଳିଙ୍ଗି ଗ୍ରାମ ପଂଚାୟତର ବିପୁଳିଙ୍ଗି ଗ୍ରାମର ଅସହାୟ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଏ. ବିଶ୍ୱମ୍ଭର, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ସ୍ୱାଭିମାନ ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା, ସମ୍ପାଦକ ସନ୍ତୋଷ କୁମାର ସାହୁ, ଯୁବ ସାମ୍ବାଦିକ ସରୋଜ କୁମାର ସାମଲ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଅସହାୟ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନ୍ ର ସୁଦେଷ୍ଣା ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନା ରେ ସହଯୋଗ କରିଥିଲେ ।


