ଖଣ୍ଡିଦେଉଲି ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଗଂଜାମ, (ବିନୋଦ ପଲାଇ) :ଶିକ୍ଷାହେଉଛି ପ୍ରଗତିର ଚାବିକାଠି । ଏଣୁ ଶିକ୍ଷାର ବିକାଶ ପାଇଁ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ପାଇଁ ବର୍ତ୍ତମାନ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ସ୍ମାର୍ଟ ବିଜ୍ଞାନ ଗାର ସହିତ ଉନ୍ନତ ଶୌଚାଳୟ ମାନ ସୁବନ୍ଦବସ୍ତ କରି ଭିତ୍ତିଭୂମିର ବିକାଶ ପ୍ରତି ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ଯାହାଫଳରେ ବର୍ତ୍ତମାନ ଶିକ୍ଷାର ବହୁ ପରିବର୍ତ୍ତନ ହୋଇଛି । ଖଣ୍ଡିଦେଉଲି ହାଇସ୍କୁଲର ବିଦ୍ୟର୍ଥୀଙ୍କୁ ମଣିଷ କରିବାରେ ବିଦ୍ୟାଳୟର ଅବଦାନକୁ ଅସ୍ୱୀକାର କରିହେବନୀ ବୋଲି ଗଂଜାମ ବ୍ଲକ ଅନ୍ତର୍ଗତ ଖଣ୍ଡିଦେଉଲି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦଘାଟକ ତଥା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହା କହିଛନ୍ତି । ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁଙ୍କ ସଭାପତିତ୍ୱରେ ଓ ସ୍କୁଲରେ ପ୍ରଧାନ ଶିକ୍ଷକ ତଥା ସୁବର୍ଣ୍ଣଜୟନ୍ତୀ ସମାରୋହର ଆବାହକ ଡ଼. ଶଙ୍କର ନାରାୟଣ ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ରୂପେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶିକ୍ଷାପରାମର୍ଶଦାତା ଉପେନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଦଶଟି ଶିକ୍ଷଣ ବିନ୍ଦୁକୁ କେନ୍ଦ୍ର କରି ରାଜ୍ୟ ତଥା ଦେଶରେ ପ୍ରଥମ ହେବା ପାଇଁ ଯୋଜନା ପ୍ରସ୍ତୁତି କରିବା ପାଇଁ କହିଥିଲେ । ଏହି ବିଦ୍ୟାର୍ଥିମାନେ ଭବିଷ୍ୟତ ଗଠନରେ ମୁଖ୍ୟ ଭୂମିକା ରହିବ, ଆମେ ସେମାଙ୍କୁ ଚିନ୍ହି ପାରୁନୁ । ସେମାଙ୍କୁ ଯିଏ ଚିନ୍ହି ପରିବର୍ତ୍ତନ କରିପାରିବ ସେ ହେଉଛନ୍ତି ଶିକ୍ଷକ । ଏହି ଅବସରରେ ସ୍କୁଲର ପଢିବା ସମୟର ସ୍ମୃତି ଚାରଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଛତ୍ରପୁରବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ପ୍ରଦାନ ସମାଜରେ ଭଲ ନାଗରିକ ଗଠନ କରିବାରେ ପ୍ରାଥମିକ ଶିକ୍ଷାକୁ ଭୁଲିହେବ ନାହିଁ । ଏହି ଶିକ୍ଷାଅନୁଷ୍ଠାନର ମଣିଷ ଗଢିବାରେ ୫୦ ବର୍ଷକୁ ପର୍ଯ୍ୟାଲୋଚନା କଲେ ତାର ଭୂମିକା କୁ ଅସ୍ୱୀକାର କରିହେବନି ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବେ ସାମ୍ୟବାଦୀ ନେତା ତଥା ସମାଜ ସେବୀ ଅଳିକିଶୋର ପଟ୍ଟନାୟକ ଯୋଗଦେଇ ବର୍ତ୍ତମାନ ଶିକ୍ଷାର ସିଲାବସ ପରିବର୍ତ୍ତନ ଚାଲିଥିବାରୁ ଆଗାମୀ ପିଢ଼ି ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ସଂସ୍କୃତି, ପରମ୍ପରାକୁ ଆଉ ଜାଣିପାରିବେ ନାହିଁ ବୋଲି କହିଛନ୍ତି । ଏହା ସହ ବିଦ୍ୟାଳୟର ପୁରାତନ ସ୍ମୃତି ସାଉଁଟି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟପାଳପାଳ ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ବିଶ୍ୱମ୍ବର ପଣ୍ଡା ସ୍କୁଲ ପ୍ରତିଷ୍ଠା ସମୟରେ ଓ ତାଙ୍କର ପ୍ରଧାନଶିକ୍ଷକ ସମୟରେ ଅଂଚଳ ବାସୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାର୍ଥି ମାନଙ୍କ ସହଯୋଗକୁ ସ୍ମୃତି ଚାରଣ କରିଥିଲେ । ପୁରାତନ ବିଦ୍ୟାର୍ଥି ମାନଙ୍କ ପକ୍ଷରୁ ମୋ ସରକାର ଯୋଜନାଁରେ ୫ ଲକ୍ଷଟାଙ୍କା ବିଦ୍ୟାଳୟକୁ ପ୍ରଦାନ କରାଯାଇଥିବା ଘୋଷଣା କରିଥିଲେ । ସ୍କୁଲର ପ୍ରଧାନଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ଵାରା ସ୍କୁଲ ପ୍ରତିଷ୍ଠାରେ ଅବଦାନ ଥିବା ବ୍ୟକ୍ତିଗତ ବିଶେଷଙ୍କୁ ସମ୍ମାନିତ କରାଯିବା ସହ ସୁବର୍ଣ୍ଣ ଜୟନ୍ତୀର ସ୍ମରଣୀକା ଉନ୍ମୋଚନ କରିଥିଲେ । ପ୍ରାମ୍ଭରେ ସ୍କୁଲର ପୁରାତନ ଛାତ୍ରୀ କୁମୁଦିନି ପ୍ରଧାନ ଓ ସହଯୋଗୀଙ୍କ ଦ୍ଵାରା ପ୍ରାରମ୍ଭିକ ଗୀତ ଗାନକରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଲୁମିନୀୟମ୍ କମିଟିର ସଭାପତି ପଦ୍ମ ପ୍ରଧାନ, ବିଦ୍ୟାଳୟ ପ୍ରତିଷ୍ଠାତା ଅଭିରାମ ବେହେରା, ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ଦଣ୍ଡପାଣି ପ୍ରଧାନ, ପୂର୍ବତନ ସରପଞ୍ଚ ବଂଶୀଗୌଡ଼, ପ୍ରମୁଖ ଉପସ୍ଥିତ ଥିଲେ । ସକାଳେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଗଂଜାମ ବିଡ଼ିଓ ବିଶ୍ୱଜିତରାୟ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବିଇଓ ଭାଗିରଥୀ ବେହେରା, ଗଂଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର, ରମ୍ଭା ଆଇଆଇସି ଦୀପ୍ତିରଂଜନ ବେହେରା ଯୋଗଦେଇଥିଲେ । ସନ୍ଧ୍ୟାରେ ଶିକ୍ଷକ ସିଲୁବେଜଙ୍କ ରଚନା ଓ ନିର୍ଦେଶନାରେ ସ୍କିଲ ବିଦ୍ୟାର୍ଥିଙ୍କ ଦ୍ଵାରା ” ନ୍ୟାୟ ମେବ ଜୟତ ” ପରିବେଷିତ ହେବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ବିଦ୍ୟାର୍ଥି, ପୁରାତନ ବିଦ୍ୟାର୍ଥୀ, ଅଞ୍ଚଳବାସୀ, ପରିଚାଳନା କମିଟି ବୃନ୍ଦ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ