କେନ୍ଦ୍ରାପଡା କଲେଜ ଶିଳ୍ପ ସମାଜ ବିଜ୍ଞାନ ବିଭାଗର ଆଲୋଚନାଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଶିଳ୍ପ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଡଃ. ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ “ଭାରତରେ ଶିଳ୍ପକରଣର ପ୍ରଭାବ” ଶୀର୍ଷକ ବିଷୟ ଉପରେ ବହୁ ଉପାଦେୟ ବକ୍ତବ୍ୟ ରଖିଥିଲେ । ଏହି ଆଲୋଚନା ଚକ୍ରରେ ବିଭାଗୀୟ ମୁଖ୍ୟ ସାଇନାଜ ଖାତୁନ, ଅଧ୍ୟାପିକା ଡଃ. ସୁଷମା ଶତପଥୀ, ମଧୁସ୍ମିତା ସିଂ, ଅନ୍ୱେଷା ମହାଭୋଇଙ୍କ ସମେତ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ