ସରକାରଙ୍କ ବିଦ୍ୟୁତ ସେବା ଧୂଆଁବାଣ : ଜନଶକ୍ତି ପାର୍ଟି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାୟୀତ୍ୱ ଟାଟା କମ୍ପାନୀ ନେଇଥିବା ବେଳେ ରାଜ୍ୟ ସରକାର ଓଡିଶାରେ ବିଦ୍ୟୁତ ବୀତରଣ ବ୍ୟବସ୍ଥା ସୁଦୃଢୀକରଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ସରକାର ନିଜ ବଜେଟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୫ହଜାର କୋଟି ଟଙ୍କାରେ ଯେଉଁ ସବଷ୍ଟେସନ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସେ ଅର୍ଥ ହେଉଛି ଲୋକଙ୍କ ଟିକସ ଅର୍ଥ । ତାହା ସେବା ବଦଳରେ ଧୂଆଁବାଣ ସଦୃଶ ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶ କହିଛନ୍ତି । ସରକାରଙ୍କ ଶକ୍ତି ବିଭାଗ ଥାଇ ଟାଟା କମ୍ପାନୀକୁ ମଧ୍ୟସ୍ତ କରିବା ପାଇଁ ସୁଯୋଗ ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଓଡିଶା ଭଳି ଗରୀବ ରାଜ୍ୟର ଲୋକଙ୍କ ଠାରୁ ବକେୟା ବିଦ୍ୟୁତ ଦେୟ ଆଦାୟ ପାଇଁ ଗୋଟିଏ କମ୍ପାନୀ ହାତକୁ ଦାୟୀତ୍ୱ ଟେକି ଦେବା, ସୈାଭାଗ୍ୟ ଯୋଜନାରେ ଗରୀବ ଲୋକଙ୍କୁ ହଜାର ହଜାର ଟଙ୍କାର ଅଧିକ ଭୁଲ ବିଲ ପ୍ରଦାନ କରି ଉପଭୋକ୍ତାଙ୍କୁ ମାନସିକ କଷ୍ଟ ଦେଉଥିବା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେବି କୈାଣସି ସୁଫଳ ମିଳୁନଥିବା ସେ କହିଛନ୍ତି । ବିନା ନୋଟିସରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ, ଅଧିକାଂଶ ବିଦ୍ୟୁତ ସବଷ୍ଟେସନରେ ଆବଶ୍ୟକତା ଅନୁଯାଇ ସରଞ୍ଜାମ ନଲଗାଇବା ଯୋଗୁଁ ଟ୍ରାନ୍ସଫରମର ପୋଡିଯିବା, ଲୋ ଭୋଲଟେଜ ସାଙ୍ଗକୁ କରୋନା ମହାମାରୀ ସମୟରେ ବର୍ଷକୁ ବାରମ୍ବାର ବିଦ୍ୟୁତ ଦେୟ ବୃଦ୍ଧି, ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ରାସ୍ତାରେ ଶୋଇଥିବା ଯୋଗୁଁ ଧନଜୀବନ କ୍ଷୟକ୍ଷତି ହେଉଥିବା ଶ୍ରୀ ଦାଶ ଅଭିଯୋଗ କରିଛନ୍ତି । ଅନ୍ୟ ରାଜ୍ୟରେ ୨ଶହ ୟୁନିଟ ପର୍ଯ୍ୟନ୍ତ ରାଜ୍ୟ ସରକାର ମାଗଣା ବିଦ୍ୟୁତ ଯୋଗାଇ ଦେଉଥିବା ବେଳେ ଓଡିଶାରେ କମ୍ପାନୀ ମାଧ୍ୟମରେ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି ବୋଲି ଶ୍ରୀ ଦାଶ କହିଛନ୍ତି । ଏହା ରାଜ୍ୟର ଜନସାଧାରଣଙ୍କ ପାଇଁ ଉପହାସ ଏବଂ ଏଥିପାଇଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ