ନମ୍ବର ବିହୀନ ଟାଟା ଏସି ଗଡିରୁ ୭.୮୦ କୁଇଣ୍ଟାଲ ଭାଙ୍ଗ ଜବତ : ଡ୍ରାଇଭର ଅଟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ପୋଲିସ ବାହିନୀ ପେଟ୍ରୋଲିଂ କରୁଥିବା ସମୟରେ ଏକ ନମ୍ବର ବିହୀନ ଟାଟା ବସି ଗାଡି ସହ ୭ କୁଇଣ୍ଟାଲ ୮୦ କେଜି ଭାଙ୍ଗ ଜବତ ସହ ଡ୍ରାଇଭରକୁ ଅଟକ ରଖାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଡିସେମ୍ବର ୨୯ ତାରିଖ ଦିନ ବୁଗୁଡା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ନମ୍ବର ବିହୀନ ଟାଟା ଏସି ଚାରି ଚକିଆ ମାଲବାହି ଗାଡିକୁ ଷୋହଳ ମଇଲ ଛକ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିରେ ୨୫ ବସ୍ତା ଭାଙ୍ଗ ବୋଝେଇ ହୋଇ ଗଜପତି ଜିଲ୍ଲା ଜଗମୋହନ ଠାରୁ ଭୁବନେଶ୍ୱର ହଂସପାଳ ଯାଉଥିବା ଜଣାପଡିଥିଲା । ଜବତ ଭାଙ୍ଗର ଓଜନ ୭ କୁଇଣ୍ଟାଲ ୮୦ କିଲୋ ହୋଇଥିବା ପୋଲିସ ପ୍ରକାଶ କରିଥିଲେ। ଗାଡି ସହ ଭାଙ୍ଗ ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଅଟକ ରଖି ଜେରା ଜାରି ରହିଥିବା ପୋଲିସ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ