ଏସଏଚଜି ଗ୍ରୁପକୁ ମିଳୁନାହିଁ ଟଙ୍କା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ବର୍ଷା ପବନ ବେଳେ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇଥିବା ଏସଏଚଜିକୁ ମିଳୁନାହିଁ ଟଙ୍କା । ଏମିତି ଘଟଣା ଘଟିଛି ଭଣ୍ଡାରିପୋଖରୀ ବ୍ଲକ ବିଶ୍ଵନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ । ସୂଚନା ଅନୁଯାୟୀ ୨୦୨୧ଅପ୍ରେଲ ମାସରେ ୟସ ବାତ୍ୟା ଉପକୂଳର୍ବୀ ଅଞ୍ଚଳରେ ଅନେକ କ୍ଷୟକ୍ଷତି କରିଥିଲା । ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ପଞ୍ଚାୟତ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା । ସେମାନଙ୍କୁ ସୁଖିଲା ଖାଦ୍ୟ ଯୋଗାଇବା ପାଇଁ ତତ୍କାଳୀନ ବିଡ଼ିଓ ବିଶ୍ଵନାଥ ମହିଳା ଏସଏଚଜିକୁ ନିର୍ଦ୍ଦେଶ ଦେଇଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଏସଚିଜି ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ପ୍ରଦାନ କରିଥିଲେ। ପରିତାପର ବିଷୟ ବାତ୍ୟାକୁ ୮ମାସ ବିତିଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏଯାଏଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଖାଦ୍ୟ ଯୋଗାଣ ବାବଦରେ ଟଙ୍କାଟିଏ ପ୍ରଦାନ କରୁନାହାନ୍ତି । ଏସଏଚଜି ସମସ୍ତ କାଗଜପତ୍ର ବ୍ଲକ ଅଫିସରେ ଦାଖଲ କରିଥିଲେ ସୁଦ୍ଧା ଟଙ୍କା ଦେବାକୁ ଆଜି କାଲି କହି ବିଡ଼ିଓ ସମୟ ଗଡ଼େଇ ଚାଲିଛନ୍ତି । ଏହା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ମହିଳା ମାନେ ଦାବି କରିଛନ୍ତି ।